ଲଭ୍‌ଲି

ଲଭ୍‌ଲି
lovely-odia-actress
ଜନ୍ମ ଓ ଜନ୍ମସ୍ଥାନପଶ୍ଚିମବଙ୍ଗଭାରତ
ଜୀବିକାଅଭିନେତ୍ରୀ
କାର୍ଯ୍ୟକାଳ୨୦୦୯ରୁ-ଏବେଯାଏଁ
ଲଭ୍‌ଲି, ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ରୋମିଓ- ଦ ଲଭର୍ ବୟ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଲଭ୍‌ଲି ଓଡ଼ିଆ କଥାଚିତ୍ର ମିତରେ ମିତଆ'ରେ ସାଥି ଆଡନ୍ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଲଭ୍‌ଲି ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।ଏହି କଥାଚିତ୍ରଟିରେ ଲଭ୍‌ଲିଙ୍କ ସ‌ହ ବାବୁଶାନ୍ମଧ୍ୟ ଅଭିନୟ ଆରମ୍ଭ କରିଥିଲେ ।ଏହାପରେ ସେହି ବର୍ଷ ସେ ମିତରେ ମିତ ଓ ଆ'ରେ ସାଥି ଆରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ।
୨୦୧୦ ମସିହାରେ ଡନ୍ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପରେ ଲଭ୍‌ଲି ଓଡ଼ିଆ କଥାଚିତ୍ରଗୁଡ଼ିକରେ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ । ସେ ଏମିତି ବି ପ୍ରେମ ହୁଏ, ମୁଁ ଏକା ତୁମର, ଧର୍ମ, ଡାହା ବାଳୁଙ୍ଗା, ନଈ ସେପାରୀ କନକ ଗୋରୀ ଆଦି କଥାଚିତ୍ରରେ ଆଇଟମ ନୃତ୍ୟ କରିଥିଲେ । ଚଉକା ଛକା କଥାଚିତ୍ରରେ ସେ ଆଇଟମ ନୃତ୍ୟ କରିବା ସ‌ହ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୯ରୋମିଓ- ଦ ଲଭର୍ ବୟପ୍ରିୟାପ୍ରଥମ ଓଡ଼ିଆ କଥାଚିତ୍ର
ମିତରେ ମିତଜୁଲିନାୟିକା
ଆ'ରେ ସାଥି ଆଶ୍ୱେତା ଦାସନାୟିକା
୨୦୧୦ଡନ୍ଖୁସିନାୟିକା
୨୦୧୧ଲୋଫର୍ଆଇଟମ ନୃତ୍ୟ
୨୦୧୨ଏମିତି ବି ପ୍ରେମ ହୁଏଆଇଟମ୍ ଡ୍ୟାନ୍ସ
୨୦୧୩ଚଉକା ଛକାପ୍ରିୟା
ମୁଁ ଏକା ତୁମର
ଧର୍ମ
ଡାହା ବାଳୁଙ୍ଗାଆଇଟମ ନୃତ୍ୟ
ନଈ ସେପାରୀ କନକ ଗୋରୀଆଇଟମ ନୃତ୍ଯ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡକୁ ଫେରିଲେ ଏହି ବେଙ୍ଗଲି ବିଉଟି | Sambad" (in Odia). Sambad (Odisha). 6 October 2018. Archived from the original on 6 October 2018. Retrieved 6 October 2018.
  2. ଉପରକୁ ଯାଆନ୍ତୁ"ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  3. ଉପରକୁ ଯାଆନ୍ତୁ"ରିଲିଜ୍‌ ପୂର୍ବରୁ କାହିଁକି ଚର୍ଚ୍ଚାରେ ଥିଲା ଓଡ଼ିଆ ସିନେମା ‘ଡନ୍‌’ ?". sambad.in. 10 February 2018. Retrieved 17 February 2018.
  4. ଉପରକୁ ଯାଆନ୍ତୁ "ଜାଣନ୍ତି କି ! ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ | Sambad" (in Odia). Sambad (Odisha). 6 May 2018. Archived from the original
  5.  on 6 October 2018. Retrieved 6 October 2018.

ବାହାର ଆଧାର