ତୃପ୍ତି ସିହ୍ନା

ତୃପ୍ତି ସିହ୍ନା
Trupti-Sinha
ଜୀବିକାଓଡ଼ିଆ ଅଭିନେତ୍ରୀ
କାର୍ଯ୍ୟକାଳ୧୯୯୬ରୁ-ଏବେଯାଏଁ
ଜୀବନସାଥିସୁରେଶ ବଳ

‌ତୃପ୍ତି ସିହ୍ନା ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ଓଡ଼ିଆ ମଞ୍ଚ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ତୃପ୍ତି ସିହ୍ନା ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟରର ବିଭିନ୍ନ ନାଟକରେ ଅଭିନୟ କରୁଥିଲେ । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ସେ ବେଶ୍ ଜଣାଶୁଣା । ତୃପ୍ତି ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମଧ୍ୟ ଜଣେ ମେଣ୍ଟରେ ଭାବରେ କାର୍ଯ୍ୟ କରୁଛନ୍ତି । ତୃପ୍ତି ସିହ୍ନା ଓଡ଼ିଆ ଅଭିନେତା ସୁରେଶ ବଳଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତି ଅନେକ ମଞ୍ଚରେ ସାଙ୍ଗରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ତୃପ୍ତି ସିହ୍ନା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ପୂର୍ବରୁ ପୁରୀର ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନ୍ନପୂର୍ଣ୍ଣ ଥିଏଟରର ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ଏହାପରେ ତୃପ୍ତି ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର ବସୁଧା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୯ ମସିହାରେ ଦୁଇଟି ଓଡ଼ିଆ କଥାଚିତ୍ର ପବିତ୍ର ବନ୍ଧନ ଓ ମାଆ ଗୋଜ ବାୟାଣୀ କଥାଚିତ୍ରରେ ଅଭିନୟ କରିଥିଲେ । ପବିତ୍ର ବନ୍ଧନ ଚଳଚ୍ଚିତ୍ରରେ ତୃପ୍ତି ଗୌରୀ ଭୂମିକାରେ ଅଭିନୟ କରିଥିଲେ ।

୨୦୦୩ ମସିହାର ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ନିର୍ମାଣ କରାଯାଇଥିବା କଥାଚିତ୍ର ସୁନା ସଂଖାଳୀରେ ତୃପ୍ତି ଅଭିନୟ କରିଥିଲେ । ଏହାପରେ ସେ ଇ ଟିଭି ଓଡ଼ିଆର ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ସେ ନାୟିକା ଗାୟତ୍ରୀର ଗାୟତ୍ରୀ ମସଲା କମ୍ପାନୀର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରୁଥିଲେ ।

୨୦୦୮ ମସିହାରେ ତୃପ୍ତି ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ମତେ ଆଣିଦେଲ ଲକ୍ଷେ ଫଗୁଣ ଚଳଚ୍ଚିତ୍ରରେ ସେ ଖଳନାୟକ ଚନ୍ଦନ କରଙ୍କର ମାଆ ଦୁର୍ଗାଦେବୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୦୯ ମସିହାରେ ଅନୁଭବ ମହାନ୍ତି, ସୁନୀଲ କୁମାରଙ୍କ ଓଡ଼ିଆ କଥାଚିତ୍ର ସାତ ସୁରେ ବନ୍ଧା ଏ ଜୀବନରେ ମିହିର ଦାସଙ୍କ ଭଉଣୀ ଅନୀତା ଭୂମିକାରେ ଅଭିନୟ କରିଥିଲେ ।

୨୦୧୧ ମସିହାରେ ବାବୁଶାନ୍ ମହାନ୍ତି ଓ ସବ୍ୟସାଚୀ ମିଶ୍ର ଅଭିନୀତ ଓଡ଼ିଆ କଥାଚିତ୍ର ଦୋସ୍ତିରେ ଖଳନାୟକ ପ୍ରୀତିରାଜ ଶତପଥୀଙ୍କ ମାଆ ତଥା ଅଭିନେତା ଦେବୁ ବୋଷଙ୍କ ପତ୍ନୀ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅନୁଭବ ମହାନ୍ତିଙ୍କର ଦୁଇଟି ଓଡ଼ିଆ କଥାଚିତ୍ର ସମଥିଙ୍ଗ୍ ସମଥିଙ୍ଗ୍ ଓ ମାଟ୍ରିକ୍ ଫେଲ୍ କଥାଚିତ୍ରରେ ନାୟକଙ୍କର ଜେଜମା ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ସେ ୨୦୧୩ ମସିହାରେ ଡାହା ବାଳୁଙ୍ଗା ଚଳଚ୍ଚିତ୍ରରେ ଅଭିନେତା ବିଜୟ ମହାନ୍ତିଙ୍କର ମାଆ ଭୂମିକାରେ ଅଭିନୟ କରିଥିଲେ । ୨୦୧୪ ମସିହାର ଓଡ଼ିଆ କଥାଚିତ୍ର ହରି ବୋଲ ନୁହେଁ ଟଙ୍କା ବୋଲ ଏବଂ ଗଞ୍ଜା ଲଢ଼େଇ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ରଘୁପତି ରାଘବ ରାଜାରାମ, ତୁ ଯେ ସେଇ, ନିମ୍‌କି, ଜୋର୍ କା ଝଟ୍‌କା, ଭାଇଜାନ୍, ମୁଁ ଆଶିକ୍ ମୁଁ ଆୱାରା, ଲଭ୍ ପାଇଁ କୁଛ୍ ଭି କରେଗା, ସୁପର ମିଛୁଆ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ଇ ଟିଭି ଓଡ଼ିଆର ଅନ୍ୟତମ ଧାରାବାହିକ ଆହୁତିରେ ତୃପ୍ତି ସିହ୍ନା ଏକ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏବେ ଜୀ ସାର୍ଥକର ଓଡ଼ିଆ ଧାରାବାହିକ ଜ୍ୱାଇଁ ନମ୍ବର ୱାନ୍‌ରେ ନାୟିକା ଦେବୀକାର ଆଇ ଭୂମିକାରେ ଅଭିନୟ କରୁଛନ୍ତି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୬ବସୁଧାଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୧୯୯୯ପବିତ୍ର ବନ୍ଧନଗୌରୀ
ମାଆ ଗୋଜ ବାୟାଣୀ
୨୦୦୩ସୁନା ସଂଖାଳୀ
୨୦୦୮ମତେ ଆଣିଦେଲ ଲକ୍ଷେ ଫଗୁଣଦୁର୍ଗା
୨୦୦୯ସାତ ସୁରେ ବନ୍ଧା ଏ ଜୀବନଅନୀତା
୨୦୧୧ଦୋସ୍ତିପାର୍ବତୀ
୨୦୧୨ସମଥିଙ୍ଗ୍ ସମଥିଙ୍ଗ୍ଜେଜେମା
ମାଟ୍ରିକ୍ ଫେଲ୍ଜେଜେମା
୨୦୧୩ଡାହା ବାଳୁଙ୍ଗାଜେଜେମା
୨୦୧୪ହରିବୋଲି ନୁହେଁ ଟଙ୍କା ବୋଲ
ଗଞ୍ଜା ଲଢ଼େଇସାହେବର ମାଆ
୨୦୧୫ରଘୁପତି ରାଘବ ରାଜାରାମ
୨୦୧୬ତୁ ଯେ ସେଇ
୨୦୧୯ନିମ୍‌କି

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଗାୟତ୍ରୀଇ ଟିଭି ଓଡ଼ିଆ
ଆହୁତିଇ ଟିଭି ଓଡ଼ିଆ
ଜ୍ୱାଇଁ ନଂ ୱାନ୍ଜୀ ସାର୍ଥକ

ଆଧାର

  1.  "ଗୃହଲକ୍ଷ୍ମୀ-୨୦୧୭ ଆରମ୍ଭ | Sambad"ସମ୍ବାଦ. sambad.in. 14 November 2017. Retrieved 5 February 2020.
  2.  "Silver screen stars take centre stage - Soiree features Odia artistes of all ages"www.telegraphindia.com (in ଇଂରାଜୀ). 4 February 2014. Retrieved 5 February 2020.
  3. ↑ ଏହି ଯାଏ ଉପରକୁ ଯାଆନ୍ତୁ:"ଆଜିଠାରୁ ଜୀ ସାର୍ଥକର 'ଜ୍ୱାଇଁ ନଂ ୱାନ୍‍' | Samaja Live"ସମାଜ. Samaja Live. 24 September 2018. Retrieved 5 February 2020.

ବାହାର ଆଧାର