ଆଶୁତୋଷ ମହାପାତ୍ର (Ashutosh Mohapatra)

ଆଶୁତୋଷ ମହାପାତ୍ର
(Er. Ashutosh Mahapatra)
Related image
ଜନ୍ମ ଓ ଜନ୍ମସ୍ଥାନଆଶୁତୋଷ ମହାପାତ୍ର
ହୀରାକୁଦ, ଓଡ଼ିଶା, ଭାରତ
ଜୀବିକାଓଡ଼ିଆ ଯାତ୍ରା ନାଟ୍ୟକାର,
ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ
ବାପା ମା
ବୀର କିଶୋର ମାହାପାତ୍ର (ବାପା)
ପତ୍ନୀଗାୟତ୍ରୀ ମହାପାତ୍ର
ଆଶୁତୋଷ ମହାପାତ୍ର (Ashutosh Mohapatra) ଜଣେ ଓଡ଼ିଆ ଯାତ୍ରା ଜଗତର ନାଟ୍ୟକାର ତ‌ଥା ନିର୍ଦ୍ଦେଶକ ଏବଂ ଓଡ଼ିଆ ଦୂରଦର୍ଶନ ଅଭିନେତା । ସେ ଯାତ୍ରା ଜଗତରେ ଇଂ ଆଶୁତୋଷ ମହାପାତ୍ର ଭାବରେ ପରିଚିତ । ଆଶୁତୋଷ ଓଡ଼ିଆ ଯାତ୍ରା ଜଗତରେ ଶିବାନୀ, ତାରିଣୀ, ବାଘାଯତୀନ, କୋଣାର୍କ ଆଦି ବିଭିନ୍ନ ଯାତ୍ରାପାର୍ଟି ପାଇଁ ନାଟକ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ସେ ଯାତ୍ରା ଜଗତ ବ୍ୟତୀତ ଓଡ଼ିଆ ଦୂରଦର୍ଶନର କିଛି ଧାରାବାହିକରେ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ଆଶୁତୋଷଙ୍କର ଅଭିନୟ ତାଙ୍କୁ ଦର୍ଶକଙ୍କ ପାଖରେ ଅଧିକ ପରଚିତ କରିଥିଲା ।

ପ୍ରାରମ୍ଭିକ ଜୀବନ

ଆଶୁତୋଷ ମହାପାତ୍ର ଓଡ଼ିଆ ଯାତ୍ରା ଜଗତର ପୁରାତନ ନାଟ୍ୟକାର କିଶୋର ମହାପାତ୍ରଙ୍କର ପୁଅ । ଆଶୁତୋଷ ପିଲାଦିନରୁ ନାଟକ ରଚନା କରିବାକୁ ମନ ବଳାଇଥିଲେ, ମାତ୍ର ତାଙ୍କ ବାପା ତାଙ୍କୁ ଜଣେ ଇଞ୍ଜିନିୟର କରିବାର ଲକ୍ଷ୍ୟ ରଖିଥିଲେ ।

ଯାତ୍ରା ଜଗତ

ଆଶୁତୋଷ ଓଡ଼ିଆ ଯାତ୍ରା ଜଗତ ପାଇଁ ବିଭିନ୍ନ ନାଟକ ରଚନା କରିଛନ୍ତି ଏବଂ ଅନେକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ଆଶୁତୋଷ ପ୍ରଥମେ ଗୌରୀ ଗଣନାଟ୍ୟ ପାଇଁ 'ଚାରି ଛକରେ ତିନି ଝିଅ'ର ନିର୍ଦ୍ଦେଶନା ଦେଇଥିଲେ ଏବଂ ସେ ଏହି ନାଟକଟି ନିଜେ ରଚନା କରିଥିଲେ । ଏହି ନାଟକଟି ଖଣ୍ଡଗିରି ଯାତ୍ରାମେଳାରେ ଲାଗାତାର ୬ ରାତି ଚାଲିଥିଲା ଏବଂ ଇତିହାସ ସୃଷ୍ଟି କରିଥିଲା ।
ଶିବାନୀ ଗଣନାଟ୍ୟ ପାଇଁ ସେ ଡଃ ସୁଧାଂଶୁ ନାୟକଙ୍କର ରଚିତ ନାଟକ 'ହାତୀ ନାହିଁ କି ଘୋଡ଼ା ନାହିଁ'ର ନିର୍ଦ୍ଦେଶନା ଦେଉଛନ୍ତି । ନୂଆ କରି ଆରମ୍ଭ ହେବାକୁ ଯାଉଥିବା ଯାତ୍ରାପାର୍ଟି "ଇନ୍ଦ୍ରମହଲ" ପାଇଁ ଆଶୁତୋଷ ନିଜେ ନାଟକ ରଚନା କରିବା ସ‌ହ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଏହି ନାଟକଟିର ଶୀର୍ଷକ ରଖିଛନ୍ତି "ବାସନ୍ତୀ ଭାଉଜ ଭାରି ଖରାପ" ।
ଆଶୁତୋଷ ପୂର୍ବରୁ ବାଜିବଲୋ ସାହାନାଇ, ଅର୍ଦ୍ଧାଙ୍ଗିନୀ, ବଳାତ୍କାର, ଷ୍ଟେସନ କୁଲି ଆଦି ଚର୍ଚ୍ଚିତ ନାଟକର ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୟ

ଆଶୁତୋଷ ମହାପାତ୍ର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ସେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କର ଅଭିନୟ ଆଶୁତୋଷଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ସେ ମୁଠାଏ ସପନ, ଭାଗ୍ୟ ବିଧାତା, ମାଉସୀ ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ନିର୍ଦ୍ଦେଶିତ ନାଟକ

  • ଚାରି ଛକରେ ତିନି ଝିଅ
  • ହାତୀ ନାହିଁ କି ଘୋଡ଼ା ନାହିଁ
  • ବାସନ୍ତୀ ଭାଉଜ ଭାରି ଖରାପ
  • ବାଜିବଲୋ ସାହାନାଇ
  • ଅର୍ଦ୍ଧାଙ୍ଗିନୀ
  • ବଳତ୍କାର
  • ଷ୍ଟେସନ କୁଲି

ଅଭିନୀତ ଧାରାବାହିକ

  • ମୁଠାଏ ସପନ
  • ମାଉସୀ- ଇ ଟିଭି ଓଡ଼ିଆ
  • ଗାୟତ୍ରୀ- ଇ ଟିଭି ଓଡ଼ିଆ
  • ଭାଗ୍ୟ ବିଧାତା - ଇ ଟିଭି ଓଡ଼ିଆ
  • ତୋ ଅଗଣାରେ ତୁଳସୀ ମୁଁ - ଜୀ ସାର୍ଥକ

ଆଧାର