ସୁମନ ମହାରଣା

ସୁମନ ମହାରଣା
Related image
ଜନ୍ମ ଓ ଜନ୍ମସ୍ଥାନସୁମନ ମହାରଣା
ଓଡ଼ିଶାଭାରତ
ଜୀବିକାଓଡ଼ିଆ ହାସ୍ୟ ଅଭିନେତା
କାର୍ଯ୍ୟକାଳ୨୦୦୪-ଏବେଯାଏଁ
ସୁମନ ମହାରଣା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ । ସେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସୁମନ ତାଙ୍କର ପ୍ରଥମ କଥାଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ ଏବଂ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ।

ପ୍ରାରମ୍ଭିକ ଜୀବନ

ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ । ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ହିଁ ବଡ଼ ହୋଇଥିଲେ । ସୁମନଙ୍କର ଉଚ୍ଚତ ୪ ଫୁଟ । ତେଣୁ ସେ ଅଧିକାଂଶ ଚଳଚ୍ଚିତ୍ରର ବାମନ ଭୂମିକା ପାଇଁ ମୁଖ୍ୟତଃ ବଛାଯାଇଥାନ୍ତି ।

ଅଭିନୟ ଜୀବନ

ସୁମନ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା । ଏହପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।
ସୁମନ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସ‌ହ ଓଡ଼ିଆ ଦୂରଦର୍ଶନ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ବ୍ୟତୀତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପକ ଭାବରେ କାର୍ଯ୍ୟ କରିଛନ୍ତି ।

ଅଭିନୀତ କଥାଚିତ୍ର

  • କଣ୍ଢେଇ ଆଖିରେ ଲୁହ
  • ଲକ୍ଷ୍ମୀ ପ୍ରତିମା
  • ପ୍ରିୟା ମୋ ଆସିବ ଫେରି
  • ମାୟା
  • ତୁ ମୋ ଆଖିର ତାରା
  • ଜଗୁ ଅଟୋବାଲା
  • ଏ ମନ ମାନେନା
  • ହେଲା ମତେ ପ୍ରେମ ଜର
  • ଶୁଭ ବିବାହ
  • ପ‌ହିଲି ରଜ
  • ଜବରଦସ୍ତ ପ୍ରେମିକ
  • ଆଇନ କାନୁନ
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ସ୍ମାଇଲ୍ ପ୍ଲିଜ୍
  • ମୁଁ ପ୍ରେମୀ ମୁଁ ପାଗଳ
  • ମୁଁ କ'ଣ ଏତେ ଖରାପ
  • ଧର୍ମ

ଅଭିନୀତ ଧାରାବାହିକ

  • ପରୀ (ସାର୍ଥକ ଟିଭି)
  • ତେଜସ୍ୱିନୀ (ତରଙ୍ଗ ଟିଭି)- ଯାଦୁ
  • ମୁଁ ବି ତେଜସ୍ୱିନୀ (ତରଙ୍ଗ ଟିଭି)- ଉପସ୍ଥାପକ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"କମେଡିଆନ ସୁମନ ମହାରଣା". Odisha 365. 2 April 2018. Retrieved 12 April 2018.

ବାହାର ଆଧାର[ସମ୍ପାଦନା]