ଅର୍ଦ୍ଧେନ୍ଦୁ ସାହୁ

ଅର୍ଦ୍ଧେନ୍ଦୁ ସାହୁ
Image result for odia film actor ardhendu sahu
ଜନ୍ମ ଓ ଜନ୍ମସ୍ଥାନଅର୍ଦ୍ଧେନ୍ଦୁ ସାହୁ
ଓଡ଼ିଶାଭାରତ
ଜୀବିକାଓଡ଼ିଆ କଥାଚିତ୍ର ଅଭିନେତା
କାର୍ଯ୍ୟକାଳ୨୦୧୫-ଏବେଯାଏଁ
ଅର୍ଦ୍ଧେନ୍ଦୁ ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଅର୍ଦ୍ଧେନ୍ଦୁ ଓଡ଼ିଆ କଥାଚିତ୍ର ଅ ଆ ହର୍ଷେଇ ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ଟପୋରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୧୮ରେ ତାଙ୍କ ଅଭିନୀତ କଥାଚିତ୍ର ବ୍ଲାକ୍‌ମେଲ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ଅଭିନୟ ଜୀବନ

ଅର୍ଦ୍ଧେନ୍ଦୁ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅ ଆ ହର୍ଷେଇ କଥାଚିତ୍ର ଜରିଆରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ଦୁଇଜଣ ନାୟିକା ବବ୍‌ଲି ଏବଂ ଶ୍ରୀଜଳା ଅଭିନୟ କରିଥିଲେ । ଅର୍ଦ୍ଧେନ୍ଦୁଙ୍କର ଏହି ପ୍ରଥମ କଥାଚିତ୍ରଟିର ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା । କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏନ୍. ପାଢ଼ୀ । ଏହି କଥାଚିତ୍ରଟିରେ ପ୍ରୀତିରାଜ ଶତପଥୀ, ଅଶ୍ରୁମୋଚନ ମହାନ୍ତିଜୀବନ ପଣ୍ଡା, ମୌସୁମୀ ଶାହା, ଶୁଭ, ପ୍ରିୟଙ୍କା, ରୋହନ ଭଟ୍ଟାଚାର୍ଯ୍ୟ ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ସେ ଓଡ଼ିଆ କଥାଚିତ୍ର ଟପୋରିରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ପଣ୍ଡା । ଅର୍ଦ୍ଧେନ୍ଦୁଙ୍କ ସ‌ହ ଏହି କଥାଚିତ୍ରଟିରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅନ୍ୱେଷା । ପ୍ରତିଭା ପଣ୍ଡାମିହିର ଦାସପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅର୍ଦ୍ଧେନ୍ଦୁଙ୍କର ଆଗାମୀ ଚଳଚ୍ଚିତ୍ର ବ୍ଲାକ୍‌ମେଲ୍‌ ମୁକ୍ତିଲାଭ କରିବାକୁ ଅଛି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମିତ ନାୟକ । ଏହି କଥାଚିତ୍ରଟିର ଅର୍ଦ୍ଧେନ୍ଦୁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନାୟିକା ଭୂମିକାରେ ତମନ୍ନା ଏବଂ ଆହାନା ଅଭିନୟ କରିଥିଲେ ।ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୫ଅ ଆ ହର୍ଷେଇପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୭ଟପୋରି
୨୦୧୮ବ୍ଲାକ୍‌ମେଲ୍ମୁକ୍ତିଲାଭ ଅପେକ୍ଷାରେ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଅର୍ଦ୍ଧେନ୍ଦୁଙ୍କ ଆତ୍ମ‌ବିଶ୍ୱାସ". ସମାଜ. 11 March 2018. Retrieved 12 March 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଆହାନା ଏବଂ ତମନ୍ନାଙ୍କ ସହ ଅଭିନୟ କରି ଭଲ ଲାଗିଲା, ସେମାନେ ଖୁବ୍‌ କୋପରେଟିଭ୍‌ : ଅର୍ଦ୍ଧେନ୍ଦୁ". sambad.in. 5 March 2018. Retrieved 8 April 2018.
  3. ଉପରକୁ ଯାଆନ୍ତୁ"Padhi tries his hand at bilingual film". The Telegraph. Retrieved 20 July 2016.
  4. ଉପରକୁ ଯାଆନ୍ତୁ"Year 2015: A Aa Harshei". Odiamoviedatabase. Retrieved 5 February 2015.
  5. ଉପରକୁ ଯାଆନ୍ତୁhttp://odishareporter.in/ollywood-2015-round-up/
  6. ଉପରକୁ ଯାଆନ୍ତୁ"Tapori". Odia Movie Database. Retrieved 13 April 2017.
  7. ଉପରକୁ ଯାଆନ୍ତୁ"୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  8. ଉପରକୁ ଯାଆନ୍ତୁ"୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  9. ଉପରକୁ ଯାଆନ୍ତୁ"୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  10. ଉପରକୁ ଯାଆନ୍ତୁ"“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  11. ଉପରକୁ ଯାଆନ୍ତୁJena, Manjit. "Tapori Odia Film Of Ardhendu Cast, Crew, Wallpapers, Songs And Videos". OdiaInfo.in. Retrieved 13 April 2017.
  12. ଉପରକୁ ଯାଆନ୍ତୁ"'ବ୍ଲାକ୍ ମେଲ୍‌ର ନାୟିକା'". ସମାଜ. 12 November 2017. Retrieved 12 November 2017.
  13. ଉପରକୁ ଯାଆନ୍ତୁ"ଆହାନାଙ୍କ ଆଶା". ସମାଜ. 5 November 2017. Retrieved 5 November 2017.

ବାହାର ଆଧାର

  • ଅର୍ଦ୍ଧେନ୍ଦୁ ସାହୁ (ଇଣ୍ଟରନେଟ ମୁଭି ଡାଟାବେସରେ)