ସୁଶ୍ରୀ ରଥ

ସୁଶ୍ରୀ ରଥ
Image result for sushree rath odia film actress
ଜନ୍ମ ଓ ଜନ୍ମସ୍ଥାନସୁଶ୍ରୀ ରଥ
ନଭେମ୍ବର ୧୨, ୧୯୯୮
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫ରୁ-ଏବେଯାଏଁ
ସୁଶ୍ରୀ ରଥ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ହେଲୋ- ଇନ୍ ଲଭ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

ସୁଶ୍ରୀ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ହେଲୋ- ଇନ୍ ଲଭ୍ କଥାଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି ଏବଂ ସୁଶ୍ରୀଙ୍କ ସ‌ହ ନାୟକ ଭାବରେ ଅଭିନୟ କରିଥିଲେ ନବାଗତ ନାୟକ ସୁଧାଂଶୁ ନାରାୟଣ ଦାସ । ଏହି କଥାଚିତ୍ରଟିରେ ହର ରଥସମରେଶ ରାଉତରାୟଅପରାଜିତା ମହାନ୍ତିପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ସୁଶ୍ରୀ ମନୋରଞ୍ଜନ ପାଲ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ କଥାଚିତ୍ର ବେଷ୍ଟ୍ ଅଫ୍ ଲକ୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ଏଯାବତ୍ ମୁକ୍ତିଲାଭ କରିନାହିଁ । ଏହି କଥାଚିତ୍ରଟୀର ଶୀର୍ଷକ ବଦଳାଇ ଡାର୍ଲିଂ ରଖାଯାଇଥିଲା । ସଂପ୍ରତି ସୁଶ୍ରୀ ନାୟକ ଶୁଭମ୍‌ଙ୍କ ସ‌ହ ଅନ୍ୟ ଏକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟିରେ ଅନ୍ୟ ଜଣେ ନାୟିକା ଝାନ୍‌ସୀ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟିର ସୁଟିଂ ଚାଲିଛି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୫ହେଲୋ- ଇନ୍ ଲଭ୍ସ୍ୱପ୍ନାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ବେଷ୍ଟ୍ ଅଫ୍ ଲକ୍ମୁକ୍ତିଲାଭ ଅପେକ୍ଷାରେ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଦୁଇ ନାୟିକାଙ୍କ ସହ ଆସୁଛନ୍ତି ଏହି ଓଲିଉଡ ନାୟକ". sambad.in. 12 January 2018. Retrieved 15 March 2018.
  2. ଉପରକୁ ଯାଆନ୍ତୁ"Hello - In Love". Odia Movie Database. Retrieved 11 August 2017.
  3. ଉପରକୁ ଯାଆନ୍ତୁ"ଟାଇଟଲ୍‌ ବଦଳିଲା ଏହି ଓଡ଼ିଆ ସିନେମାର". sambad.in. 19 March 2018. Retrieved 21 March 2018.

ବାହାର ଆଧାର