ଦିବ୍ୟା ମହାନ୍ତି
ଦିବ୍ୟା ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦିବ୍ୟା ମହାନ୍ତି ଭୁବନେଶ୍ୱର, ଓଡ଼ିଶା, ଭାରତ |
ଜୀବିକା | ଅଭିନେତ୍ରୀ ନୃତ୍ୟଶିଳ୍ପୀ |
କାର୍ଯ୍ୟକାଳ | ୨୦୧୫ରୁ-ଏବେଯାଏଁ |
ବାପା ମା | ମନୋଜ କୁମାର ମହାନ୍ତି (ବାପା) ଦୀପ୍ତି ମହାନ୍ତି (ମାଆ) |
ଦିବ୍ୟା ମହାନ୍ତି, ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଏବଂ ତେଲୁଗୁ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରିଥିଲେ । ଦିବ୍ୟା ଜଣେ ପେଶାଦାର ନୃତ୍ୟଶିଳ୍ପୀ ମଧ୍ୟୁ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତରଫରୁ ଓଡ଼ିଶା ତଥା ଓଡ଼ିଶା ବାହାରେ କିଛି ମଞ୍ଚରେ ନୃତ୍ୟ କରିଛନ୍ତି । ଦିବ୍ୟା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଜୟ ମା ଲକ୍ଷ୍ମୀ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଏକ ତେଲୁଗୁ ଧାରାବାହିକରେ ଅଭିନୟ କରିଥିଲେ ଏବଂ ସେଠାରେ ସେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ ଆରମ୍ଭ କରିଥିଲେ । ୨୦୧୮ରେ ଦିବ୍ୟା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଦିବ୍ୟା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବାପା ମନୋଜ କୁମାର ମହାନ୍ତି ଏବଂ ମାଆ ଦୀପ୍ତି ମହାନ୍ତି । ସେ ପିଲାଦିନୁ ନୃତ୍ୟ ପ୍ରତି ଆକର୍ଷିତ ଥିଲେ ଏବଂ ନୃତ୍ୟକଳାରେ ପ୍ରଶିକ୍ଷଣ ନେଇଥିଲେ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀରେ ଜଣେ ପେଶାଦାର ନୃତ୍ୟଶିଳ୍ପୀ ଭାବରେ ଓଡ଼ିଶା ତଥା ଓଡ଼ିଶା ବାହାରେ ବିଭିନ୍ନ ମଞ୍ଚରେ ନୃତ୍ୟ କରିଥିଲେ । ଦିବ୍ୟାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବାବେଳେ ତାଙ୍କୁ ତରଙ୍ଗ ଟିଭି ପକ୍ଷରୁ ଅଭିନୟର ପ୍ରଥମ ସୁଯୋଗ ମିଳିଥିଲା ।
ଅଭିନୟ ଜୀବନ
ଦିବ୍ୟାଙ୍କୁ ପ୍ରଥମେ ତରଙ୍ଗ ଟିଭି ଜରିଆରେ ମିଳିଥିଲା ଅଭିନୟର ପ୍ରଥମ ସୁଯୋଗ । ସେତେବେଳେ ତାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଥିଲା, ମାତ୍ର ପରେ ତାଙ୍କ ମାଆଙ୍କ ପ୍ରରୋଚନାରେ ସେ ଅଡ଼ିସନ ଦେଇଥିଲେ ଏବଂ ଜୟ ମା ଲକ୍ଷ୍ମୀ ଧାରାବାହିକର ମୁଖ୍ୟ କଳାକାର ମାଆ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ହାଇଦ୍ରାବାଦରେ ଏକ ନୃତ୍ୟ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ଜଣେ ନିର୍ଦ୍ଦେଶକ ଏକ ଧାରାବାହିକରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ ଏବଂ ସେ ସେହି ଧାରାବାହିକରେ ଗୋଟିଏ ବର୍ଷ ଅଭିନୟ କରିଥିଲେ ।
ଏହାପରେ ଦିବ୍ୟାଙ୍କୁ ଦୁଇଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ନେନେ କାନି ତେଲୁଗୁ କ୍ଷୁଦ୍ର ଚଳଚ୍ଚିତ୍ର ଜରିଆରେ ଦିବ୍ୟା କଥାଚିତ୍ର ଜଗତରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହାପରେ ୨୦୧୮ ମସିହାରେ ରଜ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସୁନ୍ଦରଗଡ଼ର ସଲମାନ ଖାନ୍ ଚଳଚ୍ଚିତ୍ର ଜରିଆରେ ଦିବ୍ୟା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ଦିବ୍ୟାଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ ମହାନ୍ତି ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୭ | ନେନେ କାନି | ପ୍ରଥମ କଥାଚିତ୍ର ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
୨୦୧୮ | ସୁନ୍ଦରଗଡ଼ର ସଲମାନ ଖାନ୍ |
ଅଭିନୀତ ଧାରାବାହିକ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ଜୟ ମା ଲକ୍ଷ୍ମୀ | ତରଙ୍ଗ ଟିଭି |
ଆଧାର
- ଉପରକୁ ଯାଆନ୍ତୁମହାନ୍ତି, ଗୋପୀନାଥ (3 June 2018). "ଏ ସପ୍ତାହର ସାକ୍ଷାତକାର: ଦିବ୍ୟା ମହାନ୍ତି". ସମାଜ ରବିବାର. Retrieved 9 June 2018.