ଦେବଯାନୀ
ଦେବଯାନୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦେବଯାନୀ ଦେଘୁରିଆ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
ଦେବଯାନୀ ଦେଘୁରିଆ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗିଲା ଟୋକାରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଆଇ ଲଭ୍ ମାଇଁ ଇଣ୍ଡିଆ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ ପାଗଳ ପ୍ରେମୀ, ତୋ ବିନା ମୋ କାହାଣୀ ଅଧା, ରସିକ ନାଗର, ଲାଲ ଟୁକୁ ଟୁକୁ ସାଧବ ବୋହୂ, ଡନ୍ ଆଦି ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ଚାନ୍ଦ ନା ତମେ ତାରା, ସଲାମ ସିନେମା, ଖାସ୍ ତୁମରି ପାଇଁ ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ଦେବଯାନୀ ପ୍ରଥମେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତୁଳସୀରେ ପ୍ରଥମେ ଅଭିନୟ କରିଥିଏଲ । ଏହାପରେ ୨୦୦୬ ମସିହାରେ ସେ ଆଇ ଲଭ୍ ମାଇଁ ଇଣ୍ଡିଆ କଥାଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପାଗଳ ପ୍ରେମୀରେ ନାୟିକାର ସାଙ୍ଗ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ତୋ ବିନା ମୋ କାହାଣୀ ଅଧା, ଲାଲ ଟୁକୁ ଟୁକୁ ସାଧବ ବୋହୂ ଆଦି ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍ର ଚଳଚ୍ଚିତ୍ର ଡନ୍ରେ ଦେବଯାନୀ ମଧ୍ୟ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।
୨୦୧୨ ମସିହାରେ ପପୁ ପମ ପମଙ୍କ ସହ ଦେବଯାନୀ ରଙ୍ଗିଲା ଟୋକାରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ ଚାନ୍ଦ ନା ତମେ ତାରା ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: ସଲାମ ସିନେମା, ଖାସ୍ ତୁମରି ପାଇଁ, ଅଜାତ ଶତ୍ରୁ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୬ | ଆଇ ଲଭ୍ ମାଇଁ ଇଣ୍ଡିଆ | ରୋଜୀ | ପ୍ରଥମ ଅଭିନୟ ଆରମ୍ଭ |
୨୦୦୭ | ପାଗଳ ପ୍ରେମୀ | ଶାନ୍ତି | ସହ ଅଭିନେତ୍ରୀ |
୨୦୦୭ | ତୋ ବିନା ମୋ କାହାଣୀ ଅଧା | କୋଇଲି | ଖଳ ନାୟିକା |
୨୦୦୭ | ଲାଲ ଟୁକୁ ଟୁକୁ ସାଧବ ବୋହୂ | ପୂଜାର ସାଙ୍ଗ | |
୨୦୧୦ | ଡନ୍ | ସୋନାଲି | |
୨୦୧୨ | ରଙ୍ଗିଲା ଟୋକା | ପ୍ରିୟା | ନାୟିକା ଭାବରେ ପ୍ରଥମ ଅଭିନୟ |
୨୦୧୨ | ଚାନ୍ଦ ନା ତମେ ତାରା | ମୋହିନୀ | ସମାନ୍ତରଳ ଅଭିନେତ୍ରୀ |
୨୦୧୩ | ସଲାମ ସିନେମା | ନାୟିକା | |
୨୦୧୪ | ଖାସ୍ ତୁମରି ପାଇଁ | ||
୨୦୧୭ | ଅଜାତଶତ୍ରୁ |
ଆଧାର
- ଉପରକୁ ଯାଆନ୍ତୁ"Real Life Images of Debjani Deghuri Odia Actress". BestOdisha.In. Retrieved 6 April 2017.
- ଉପରକୁ ଯାଆନ୍ତୁ"ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
- ଉପରକୁ ଯାଆନ୍ତୁ"ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Retrieved 17 November 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"ଆଜି ଶୁଭମୁକ୍ତି : ‘ଅଜାତଶତ୍ରୁ’". sambad.in. 23 March 2018. Retrieved 23 March 2018.
- ଉପରକୁ ଯାଆନ୍ତୁ"Cast and Crew of Oriya film Rangila Toka". NewOdisha.in. Retrieved 6 April 2017.
- ଉପରକୁ ଯାଆନ୍ତୁ""AjatShatru" Upcoming Odia Film Mahurat Held at Bhubaneswar". E News ଓଡ଼ିଆ. 14 March 2017. Retrieved 6 April 2017.
ଅଧିକ ତଥ୍ୟ
- ଦେବଯାନୀ (ଇଣ୍ଟରନେଟ ମୁଭି ଡାଟାବେସରେ)