ସମୀର ରିଷୁ ମହାନ୍ତି

ସମୀର ରିଷୁ ମହାନ୍ତି
Image result for samir rishu mohanty
ଜନ୍ମ ଓ ଜନ୍ମସ୍ଥାନସମୀର ରିଷୁ ମହାନ୍ତି
ପୁରୀ, ଓଡ଼ିଶା, ଭାରତ
ଜୀବିକାରାପର୍
ବାପା ମାବିଦ୍ୟାଧର ମହାନ୍ତି (ବାପା)
ମିଚି ଆରକି (ମାଆ)
ସମୀର ରିଷୁ ମହାନ୍ତି, ଜଣେ ଓଡ଼ିଆ ରାପର୍ । ସେ ଓଡ଼ିଆରେ ପ୍ରଥମ ରାପ୍ ବାହାର କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ସମୀର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବିଦ୍ୟାଧର ମହାନ୍ତି ଏବଂ ମାଆ ମିଚି ଆରକି । ତାଙ୍କ ବାପା ଜଣେ ଓଡ଼ିଆ ଏବଂ ମାଆ ଜଣେ ଜାପାନୀ ଅଧିବାସୀ ।ସେ ପୁରୀରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ସେ ଦାର୍ଜିଲିଂରେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ବାଙ୍ଗାଲୋରରେ ତାଙ୍କର ସ୍ନାତକ ଶେଷ କରିଥିଲେ । ସେ ଜଣେ କମ୍ପୁଟର ବିଜ୍ଞାନ ସ୍ନାତକୋତ୍ତର ।

ଗୀତ

ସମୀର ତାଙ୍କର ସ୍ନାତକୋତ୍ତର ପରେ ଇନ୍ଫୋସିସ୍‌ରେ ଚାକିରୀ ପାଇଥିଲେ । ମାତ୍ର ପରେ ସେ ସେହି ଚାକିରୀ ଛାଡ଼ି ଦେଇଥିଲେ ଏବଂ M TVରେ ଏକ କାର୍ଯ୍ୟକ୍ରମରେ ରାପର୍ ବ୍ଲିଜ୍‌ଙ୍କ ସ‌ହ ଗୀତ ଗାଇଥିଲେ । ଏହାପରେ ସେ ଅନେକ ପରିଚୟ ପାଇଥିଲେ । ବ୍ଲିଜ୍ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହ‌ମାନଙ୍କର ରାପର୍ । ୨୦୧୭ ନଭେମ୍ବରରେ ତାଙ୍କର ପ୍ରଥମ ଓଡ଼ିଆ ରାପ୍ ମୁକ୍ତିଲାଭ କରିଥିଲା । ଏହି ରାପ୍‌ର ନାଁ ଥିଲା 'ମୁଁ ହେଲି ଓଡ଼ିଆ' ।

ଆଧାର