ଜାଙ୍କଲିନ୍ ପରିଡ଼ା‌

ଜାଙ୍କଲିନ୍ ପରିଡ଼ା
Odia actress Janklin Parida - ଜାଙ୍କଲିନ୍ ପରିଡ଼ା‌
ଜନ୍ମ ଓ ଜନ୍ମସ୍ଥାନଜାଙ୍କଲିନ୍ ପରିଡ଼ା
ନଭେମ୍ବର ୧୨, ୧୯୯୮ (୧୯ ବର୍ଷ)
କଟକ, ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
‌ଜାଙ୍କଲିନ୍ ପରିଡ଼ା‌ (ଜନ୍ମ: ୧୨ ନଭେମ୍ବର ୧୯୯୮) ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ । ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‌ରଜ କୁଇନ୍‌- ୨୦୧୬ର ବିଜେତା ହୋଇଥିଲେ । ସାର୍ଥକ ଟିଭିରେ ପ୍ରସାରିତି ଧାରାବାହିକ ‌ମୋ ଜେଜେମା‌ର ପୁନଃ ଦୃଶ୍ୟାୟନ ବେଳେ ତାଙ୍କୁ ଅଭିନୟର ପ୍ରଥମ ସୁଯୋଗ ମିଳିଥିଲା ।

ପ୍ରାରମ୍ଭିକ ଜୀବନ

ଜାଙ୍କଲିନ୍ ୧୨ ନଭେମ୍ବର ୧୯୯୮ରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଗନ୍ନାଥ ପରିଡ଼ା ଜଣେ ପୋଲିସ କର୍ମଚାରୀ । ଜାଙ୍କଲିନ୍‌ଙ୍କ ଘର ବାଙ୍କୀ ସ୍ଥିତ ପୁଷ୍ପାଙ୍ଗୀରେ । ମାତ୍ର ଛୋଟବେଳୁ ସେ କଟକରେ ରହିଆସୁଛନ୍ତି । ଜାଙ୍କଲିନ୍‌ଙ୍କର ଜମଜ ଭଉଣୀ ହେଉଛନ୍ତି ସୋମାଲିନ ପରିଡ଼ା ଏବଂ ଦୁଇଜଣଙ୍କର ମୁଖାକୃତି ଅନେକ ସାମଞ୍ଜସ୍ୟ ରହିଛି । ଜାଙ୍କଲିନ୍ ରେଭେନ୍‌ସା କଲିଜିଏଟ ସ୍କୁଲପରେ ରେଭେନ୍ସା ମହାବିଦ୍ୟାଳୟରେ +୩ ପଢ଼ୁଥିଲେ ।

ଅଭିନୟ ଜୀବନ

୨୦୧୬ ମସିହାରେ ସାର୍ଥକ ଟିଭିଦ୍ୱାରା ଆୟୋଜିକ କାର୍ଯ୍ୟକ୍ରମ ରଜ କୁଇନ୍‌ର ୪ର୍ଥ ସଂସ୍କରଣରେ ଜାଙ୍କଲିନ ବିଜୟ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେବା ବେଳକୁ ଜାଙ୍କଲିନ୍‌ଙ୍କର +୨ର ପାଠପଢ଼ା ଶେଷ ହୋଇଥାଏ ।
ଏହା ପରେ ତାଙ୍କୁ ସାର୍ଥକ ଟିଭିରେ ଏକ ଧାରାବାହିକରେ ଅଭିନୟର ସୁଯୋଗ ମିଳିଥିଲା । ପୁର୍ବରୁ ଜୀ କଳିଙ୍ଗରେ ପ୍ରସାରିତ ଧାରାବାହିକ ‌'ମୋ ଜେଜେମା‌' ପୁଣିଥରେ ସାର୍ଥକ ଟିଭିରେ ଆରମ୍ଭ ହୋଇଥିଲା । ପୂର୍ବରୁ ଦୃଶ୍ୟମାନ ହୋଇଥିବା କାହାଣୀର ପରଭାଗ ପୁଣିଥରେ ସୁଟିଂ କରାଗଲା ଏବଂ ସେଥିରେ ‌ରିୟା‌ ଭୂମିକାରେ ଜାଙ୍କଲିନ୍‌ଙ୍କୁ ମିଳିଥିବା ଅଭିନୟର ସୁଯୋଗ । ଏହି ଧାରାବାହିକଟିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ଦେବୀକା ଅରୁନ୍ଧତୀ ସାମଲ ।

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ମୋ ଜେଜେମାସାର୍ଥକ ଟିଭିରିୟା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ରଜ କୁଇନ୍ କଣ୍ଟେଷ୍ଟ: ଟପ୍-୫ରେ କଟକର ଜାଆଁଳା ଝିଅ". ସମ୍ବାଦ. 29 June 2016.
  2. ଉପରକୁ ଯାଆନ୍ତୁ"ଯାଆଁଳା ଭଗିନୀଙ୍କ ସନ୍ଦେଶ"ସମୟ (ତରଙ୍ଗ). 12 March 2017. Retrieved 23 March 2017.