ପଞ୍ଚାନନ ନାୟକ
| ପଞ୍ଚାନନ ନାୟକ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ପଞ୍ଚାନନ ନାୟକ ୭ ଫେବୃଆରୀ ଭଦ୍ରକ, ଓଡ଼ିଶା, ଭାରତ |
| ଜୀବିକା | ଗୀତିକାର |
| କାର୍ଯ୍ୟକାଳ | ୨୦୦୫-ଏବେଯାଏଁ |
ପଞ୍ଚାନନ ନାୟକ ଜଣେ ଓଡ଼ିଆ ଗୀତିକାର । ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି । ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।
ଗୀତ ରଚନା
ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।
ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।
କଥାଚିତ୍ରରେ ଗୀତ ରଚନା
| ବର୍ଷ | ଚଳଚ୍ଚିତ୍ର |
|---|---|
| ୨୦୦୫ | ଟୋପାଏ ସିନ୍ଦୂର ଦି ଟୋପା ଲୁହ |
| ମୁନ୍ନା: ଏ ଲୋଭ୍ ଷ୍ଟୋରୀ | |
| ୨୦୦୮ | ବନ୍ଦେ ଉତ୍କଳ ଜନନୀ |
| ପହିଲି ରଜ | |
| ୨୦୧୦ | ଆସିବୁ କେବେ ତୁ ସାଜି ମୋ ରାଣୀ |
| ଚୋରି ଚୋରି ମନ ଚୋରି | |
| ୨୦୧୧ | ଏମିତି ବି ପ୍ରେମ ହୁଏ |
| ୨୦୧୨ | ରାଜୁ ଆୱାରା |
| ଏମିତି ବି ପ୍ରେମ ହୁଏ | |
| ୨୦୧୩ | ସପନର ନାୟିକା |
| ୨୦୧୪ | ଖାସ୍ ତୁମରି ପାଇଁ |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଗୀତିକାର ପଞ୍ଚାନନ ନାୟକଙ୍କ ସହ ଆଳାପ".
ବାହାର ଆଧାର
- ପଞ୍ଚାନନ ନାୟକ (ଇଣ୍ଟରନେଟ ମୁଭି ଡାଟାବେସରେ)