Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ. Show all posts

ଲିପି ପରିଡ଼ା

ଲିପି ପରିଡ଼ା
Related image
ଜନ୍ମ ଓ ଜନ୍ମସ୍ଥାନସଙ୍ଗୀତା ପରିଡ଼ା
୨୦ ଜାନୁଆରୀ
ବ୍ରହ୍ମପୁରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୫ରୁ-ଏବେଯାଏଁ
‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ଓମ୍ ଶାନ୍ତି ଓମ୍ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ୨୦୧୨ରେ ପୁଣିଥରେ ସେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଲିପି ଅନୁଭବ ମହାନ୍ତି, ଦୀପକ, ଦୁଷ୍ମନ୍ତ, ପ‌ପୁ, ବୁଲୁ, ଦେବାଶିଷ, ଆକାଶ ଆଦି ଅନେକ ନାୟକଙ୍କ ସ‌ହ ଆଲବମ୍‌ରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

ଲିପି ବ୍ରହ୍ମ‌ପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମ‌ପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ

ଆଲବମ୍

ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ ଯତୀନ ନାୟକ ଲିପିଙ୍କୁ ପ୍ରଥମ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ‌ଜାଇ ଫୁଲ‌ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଛନ୍ତି । ଲିପିଙ୍କୁ ‌ଆଲବମ୍ କୁଇନ୍‌ ବୋଲି କୁହାଯାଏ । ସେ ସେତେବେଳର ଆଲବମ୍‌ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସ‌ହ କାମ କରିଥିଲେ ।

ଚଳଚ୍ଚିତ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଦୀର୍ଘ ଦିନର ବ୍ୟବ‌ଧାନ ପରେ ଲିପି ୨୦୧୨ରେ ବ୍ୟାଡ଼୍ ଗାର୍ଲରେ ପୁଣିଥରେ ଚଳଚ୍ଚିତ୍ରକୁ ଫେରିଥିଲେ । ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍‌ଲି ଲିପିଙ୍କ ସ‌ହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସ‌ହ ଡାଡିମୀମାଂସାଗଳ୍ପ ନୁହେଁ ଅଳ୍ପ ଦିନର ।
ଅଭିନେତା ମନୋଜ ମିଶ୍ରଙ୍କ ସ‌ହ ‌ଆଦିଭୂମି‌ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଦୂରଦର୍ଶନ

ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅନନ୍ୟା‌ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ‌ଆପଣଙ୍କ ପସନ୍ଦ‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ 'କା'ର ନାଟ୍ୟ ରୂପାନ୍ତରରେ ଲିପି ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକା
୨୦୦୫ଓମ ଶାନ୍ତି ଓମ
୨୦୧୨ବ୍ୟାଡ଼୍ ଗାର୍ଲ
୨୦୧୪ଡାଡି
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ମୀମାଂସା

ବଛା ବଛା ଆଲବମ୍

  • ଆଲବମ୍ କୁଇନ୍
  • ଜାଇଫୁଲ
  • ସାଗରେ ତ ରଙ୍ଗ ପରି

ଆଧାର

ବାହାର ଆଧାର

  • ଲିପି (ଇଣ୍ଟରନେଟ ମୁଭି ଡାଟାବେସରେ)

ଲିପ୍ସା ମିଶ୍ର

ଲିପ୍ସା ମିଶ୍ର
Image result for odia actress lipsa mishra
ଜନ୍ମ ଓ ଜନ୍ମସ୍ଥାନଜୁଲାଇ ୧୫, ୧୯୯୨ (୨୫ ବର୍ଷ)
ପୁରୀଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୨ରୁ-ଏବେଯାଏଁ
‌ଲିପ୍ସା ମିଶ୍ର‌ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ତରଙ୍ଗ ଟିଭିରେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ରେ ଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଲିପ୍ସା ମିଶ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ପଢ଼ୁଥିଲେ । ଏହା ପରେ ସେ ବିଜେବି କଲେଜରେ ଓଡ଼ିଆ ସ୍ନାତକରେ ପଢ଼ୁଥିଲେ ଏବଂ ସେଠାରେ ସେ ଓଡ଼ିଆ ବିଭାଗରେ ସର୍ବାଧିକ ନମ୍ୱର ରଖି ୨୦୧୨ରେ ସ୍ନାତକ ହାସଲ କରିଥିଲେ । ତା' ପରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପଢ଼ୁଥିଲେ । ଲିପ୍ସା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରଥିଲେ ।

ଅଭିନୟ ଜୀବନ

ଲିସ୍ପା ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ଭାଗ ନେଇ ବିଜୟୀନି ହୋଇଥିଲେ[୪] ଏବଂ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ ।
ଏହି ଧାରାବାହିକଟି ସରିବା ପରେ ସେ ୨୦୧୫ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସ‌ହ ଅନୁ ଚୌଧୁରୀ ଏବଂ ସୁନୀଲ କୁମାର ଅଭିନୟ କରିଥିଲେ ।
୨୦୧୫ରେ ଲିପ୍ସାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ପିଲାଟା ବିଗିଡ଼ିଗଲା । ଏହି ଚଳଚ୍ଚିତ୍ରଟି ଗୋଟିଏ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସ‌ହ ସବ୍ୟସାଚୀ ମିଶ୍ରଅର୍ଚ୍ଚିତା ସାହୁପପୁ ପମ ପମ ଅଭିନୟ କରିଥିଲେ ।
୨୦୧୬ରେ ପୁପିନ୍ଦର ସିଂଙ୍କ ସ‌ହ ଲିପ୍ସାଙ୍କର ଗୋଟିଏ ଚଳଚ୍ଚିତ୍ର ଆସିଥିଲା ସମୟ ବଡ଼ ବଳବାନ । ଏହି ଚଳଚ୍ଚିତ୍ରରେ ଅନୁଭା ସୌର୍ଯ୍ୟ ମଧ୍ୟ ଅଭିନୟ କରିଥିଲେ ।
୨୦୧୬ରେ ଲିପ୍ସା କ୍ରିଷ୍ଣା ବେଉରାଙ୍କ ସ‌ହ ଏକ ହିନ୍ଦୀ ଗୀତ ‌ଚେହେରା ତେରା‌ରେ ଅଭିନୟ କରିଥିଲେ । ଏହି ଗୀତରେ କ୍ରିଷ୍ଣା କଣ୍ଠଦାନ କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଜି ମ୍ୟୁଜିକଦ୍ୱାରା ଏହି ଗୀତଟି ନିର୍ମିତ ହୋଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୫ମାୟାଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ପିଲାଟା ବିଗିଡ଼ିଗଲାବସନ୍ତ ସାହୁମିଠି
୨୦୧୬ସମୟ ବଡ଼ ବଳବାନ

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
କିଛି ଲୁହ ପିଇ ଯାଏ ଓଠତରଙ୍ଗ ଟିଭିଖୁସି/ଶ୍ରେୟା
ତୋ ଅଗଣାର ତୁଳସୀ ମୁଁସାର୍ଥକ ଟିଭିତୁଳସୀ/ମା' ବନ୍ଦାବତୀ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଆତ୍ମାରେ ଆସିବେ ଲିପ୍ସା". ସମ୍ୱାଦ. 30 October 2016. Retrieved 16 March 2017.
  3. ଏହି ଯାଏ ଉପରକୁ ଯାଆନ୍ତୁ:"LIPSA MISHRA ORIYA ACTRESS IN AMBIKA KHUDINKA HANDISALA". Incredible Orissa. 7 February 2015. Retrieved 16 March 2017.
  4. ଉପରକୁ ଯାଆନ୍ତୁ"Odia Actress Lipsa Mishra's Active Career Journey". E News ଓଡ଼ିଆ. 14 September 2016. Retrieved 16 March 2017.
  5. ଉପରକୁ ଯାଆନ୍ତୁ"ଅଗଣାରେ ବାନ୍ଧି ହୋଇ ଯାଇଛନ୍ତି ଲିପ୍‌ସା". ସମ୍ବାଦ. 13 September 2016. Retrieved 16 March 2017.
  6. ଉପରକୁ ଯାଆନ୍ତୁ"Pilata Bigidigala Movie Review by ENews Team". ENews ଓଡ଼ିଆ. Retrieved 16 March 2017.
  7. ଉପରକୁ ଯାଆନ୍ତୁ"Samaya Bada Balaban". Odia Movie Database. Retrieved 16 March 2017.
  8. ଉପରକୁ ଯାଆନ୍ତୁ"ଓଡ଼ିଆ କଣ୍ଠଶିଳ୍ପୀଙ୍କ ହିନ୍ଦୀ ଆଲବମ୍". କନ‌କ ନ୍ୟୁଜ. 9 May 2016. Retrieved 16 March 2017.

କାଜଲ ମିଶ୍ର

କାଜଲ ମିଶ୍ର
Related image
ଜନ୍ମ ଓ ଜନ୍ମସ୍ଥାନକାଜଲ ମିଶ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ଜୀବନସାଥିଦୁଷ୍ମନ୍ତ ପଣ୍ଡା
କାଜଲ ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ତାଙ୍କର ଅଭିନୀତ ଭୂମିକା ଅଞ୍ଜଳୀ ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

କାଜଲ ମିଶ୍ର ୨୦୧୧ରେ ଓଡ଼ିଆ କଥାଚିତ୍ର ଅଭିନେତା ଦୁଷ୍ମନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କ ବିବାହବେଳେ ଦୁଷ୍ମନ୍ତ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିବା କଥା ଜଣା ପଡ଼ିଥିଲା । ପ୍ରିତୀ ମହାନ୍ତି ନାମକ ଜଣେ ସମ୍ବାଦପତ୍ର ଛାତ୍ରୀଙ୍କୁ ସେ ବିବାହ ଦୁଷ୍ମନ୍ତଙ୍କର ପ୍ରଥମ ସ୍ତ୍ରୀ ଭାବରେ ଦାବି କରି ତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।

ଅଭିନୟ ଜୀବନ

କାଜଲ ମିଶ୍ର ପ୍ରଥମେ ଓଡ଼ିଆ ଆଧୁନିକ ଗୀତରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଥ୍ୟାଙ୍କ ୟୁ ଭଗବାନ, ଧଉଳୀ ଏକ୍ସପ୍ରେସ, ଏ ମନ ମାନେନା, ଚକା ଚକା ଭଉଁରୀ, ଲାଲ ଟୁକୁ ଟୁକୁ ସାଧବ ବୋହୂ, ନେଇ ଯା'ରେ ମେଘ ମତେ, ଆଇଲାରେ ଓଡ଼ିଆ ପୁଅ, ସନ୍ଦେହୀ ପ୍ରିୟତମା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
କାଜଲ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ମଧ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କ ଅଭିନୀତ ଅଞ୍ଜଳୀ ଭୂମିକାଟି ସେତେବେଳେ ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୫ଧର୍ମର ହେବ ଜୟରାଖି ସ୍ୱାଇଁପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୬ଥ୍ୟାଙ୍କ ୟୁ ଭଗବାନରାଧା
୨୦୦୭ଏ ମନ ମାନେନାଅଞ୍ଜୁ
ଧଉଳୀ ଏକ୍ସପ୍ରେସଅନୁ
ଚକା ଚକା ଭଉଁରୀରାଧା
ଲାଲ ଟୁକୁ ଟୁକୁ ସାଧବ ବୋହୂଜୁଲିଖଳନାୟିକା
୨୦୦୮ନେଇଯା'ରେ ମେଘ ମତେପୂଜା
୨୦୦୯ଆଇଲାରେ ଓଡ଼ିଆ ପୁଅପ୍ରିୟା
୨୦୧୩ସନ୍ଦେହୀ ପ୍ରିୟତମା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ବଡ଼ ଘର ବଡ଼ ଗୁମର କଥାଇ ଟିଭି ଓଡ଼ିଆଅଞ୍ଜଳୀ

ବିବାଦ

ଓଡ଼ିଶାରେ ଗଢ଼ି ଉଠିଥିବା ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାରେ ଜଣେ ପ୍ରଚାରିକା ଭାବରେ କାଜଲ ତାଙ୍କର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ ଏହି ସଂସ୍ଥା ବିରୁଦ୍ଧରେ ତଦନ୍ତ ହୋଇଥିଲା ସେତେବେଳେ କାଜଲ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ।

ଆଧାର

  1. ଉପରକୁ ଯାଆନ୍ତୁ"କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ". RourkelaCity. 15 September 2011. Retrieved 18 January 2018.
  2. ଉପରକୁ ଯାଆନ୍ତୁ"ନୂଆବର୍ଷରେ ନୂଆ ସିନେମାର ସମାହାର". odisha.com. 1 January 2009. Retrieved 18 January 2018.
  3. ଉପରକୁ ଯାଆନ୍ତୁ"marriage of oriya cine star Dusmant Panda & Kajol mishra". Odisha Forum. 2 December 2011. Retrieved 18 January 2018.
  4. ଉପରକୁ ଯାଆନ୍ତୁ"7 Scandals That Shocked Ollywood". Odisha Sun Times. 30 November 2015. Retrieved 18 January 2018.
  5. ଉପରକୁ ଯାଆନ୍ତୁ"Actor Dushmant Panda gets conditional bail in city court". Times Of India. 20 December 2011. Retrieved 18 January 2018.
  6. ଉପରକୁ ଯାଆନ୍ତୁ"ଇଓଡବ୍ଲୁ୍ୟ ନିକଟରେ ଫେରାଦ ହେଲେ ଜମାକାରୀ". Odia Spot News. 17 June 2016. Retrieved 18 January 2018.

ବାହାର ଆଧାର

ପ୍ରିୟଙ୍କା ମହାପାତ୍ର

ପ୍ରିୟଙ୍କା ମହାପାତ୍ର
Related image
ଜନ୍ମ ଓ ଜନ୍ମସ୍ଥାନପ୍ରିୟଙ୍କା ମହାପାତ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୧୯୯୪-ଏବେଯାଏଁ
ଜୀବନସାଥିଦେବୁ ପଟ୍ଟନାୟକ
ପ୍ରିୟଙ୍କା ମହାପାତ୍ର ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ୧୯୯୪ ମସିହାରେ ସୁନା ଭାଉଜ ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ପରିବାର

ପ୍ରିୟାଙ୍କ ଓଡ଼ିଆ ନିର୍ଦ୍ଦେଶକ ଦେବୁ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ପ୍ରିୟାଙ୍କା ୧୯୯୪ ମସିହାରେ ସୁନା ଭାଉଜ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଭାଇ ହେଲା ଭଗାରୀ, ରାଖିଲେ ଶିବ ମାରିବ କିଏ, ଜୀବନ ଧାରା, ସୁହାଗ ସିନ୍ଦୂର, ପୁଅ ମୋର ଭୋଳା ଶଙ୍କର, ନୀଳ ମାଷ୍ଟରାଣୀ, ଯଶୋଦା, ସ୍ତ୍ରୀ, କାଳଚକ୍ର, ବାବୁ ପର୍ଶୁରାମ, କାଶିଆ କପିଳା, ସମୟ ଚକରେ ସଂସାର ରଥ ଆଦି ଚଳଚ୍ଚିତ୍ରରେ ନୟିକା, ସ‌ହ-ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତ୍ରୀ, ଚରିତ୍ର ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୪ସୁନା ଭାଉଜମୀନା
ଭାଇ ହେଲା ଭଗାରୀନୀନା
ରଖିଲେ ଶିବ ମାରିବ କିଏପ୍ରିୟା
୧୯୯୫ଜୀବନ ଧାରା
୧୯୯୬ସୁହାଗ ସିନ୍ଦୂରଫୁଲ
ପୁଅ ମୋର ଭୋଳା ଶଙ୍କରଶାନ୍ତି
ନୀଳ ମାଷ୍ଟରାଣୀ
ଯଶୋଦାମୀନାକ୍ଷି
୧୯୯୮ସ୍ତ୍ରୀସୁନ୍ଦରୀ
୧୯୯୯କାଳ ଚକ୍ର
୨୦୦୦ବାବୁ ପର୍ଶୁରାମତୁଳସୀ
କାଶିଆ କପିଳା
୨୦୦୨ସମୟ ଚକରେ ସଂସାର ରଥସୁଚିତ୍ରା ମହାପାତ୍ର
୨୦୦୫ତୋ ପାଇଁଅନୀତା
୨୦୦୭ମହାନାୟକରଣଜିତର ସ୍ତ୍ରୀ
ତୋ ପାଇଁ ନେବି ମୁଁ ଶହେ ଜନମଆନନ୍ଦର ସ୍ତ୍ରୀ
୨୦୦୮ଧନରେ ରଖିବୁ ଶପଥ ମୋରବିରେନ୍ଦ୍ରର ସ୍ତ୍ରୀ
ଛାତି ଚିରିଦେଲେ ତୁମହାବୀରର ମାଆ
ନେଇ ଯା'ରେ ମେଘ ମୋତେସରିତା
୨୦୦୯ସୁନା ଚଢ଼େଇ ମୋ ରୂପ ଚଢ଼େଇଶାନ୍ତି
ସାତ ସୁରେ ବନ୍ଧା ଏ ଜୀବନଶୋଭା
୨୦୧୦ଦିଲ୍ ତତେ ଦେଇଚି
ପହିଲି ରଜସୂର୍ଯ୍ୟର ମାଆ
୨୦୧୧ଛାତିରେ ଲେଖିଚି ତୋରି ନାଁନିରୁ
ପାଇଶି ପାହାଚେ ଖେଳିବ ମୀନ
କ୍ରିମିନାଲ୍ସୁମିତ୍ରା
ବାଳୁଙ୍ଗା ଟୋକାଚିକୁର ମାଆ
ଆଇନ୍ କାନୁନ୍
୨୦୧୨ମାଟ୍ରିକ ଫେଲ୍ଅନ୍ନପୂର୍ଣ୍ଣା
ଇଡିଅଟ୍ଲକ୍ଷ୍ମୀ
ରଙ୍ଗିଲା ଟୋକାଶିବର ମାଆ
୨୦୧୩ମାଇଁ ଲଭ୍ ଷ୍ଟୋରୀ
ଏସିପି ସାଗରିକାସୁନିତା ରାଉତ
ଚଉକା ଛକାସାବିତ୍ରୀ
ମୁଁ ଏକା ତୁମରଜେଜିମା
ହରି ଓମ୍ ହରିରାଧାରାଣୀ
୨୦୧୪ପୁଣି ଦେଖା ହେବ ଆର ଜନମରେ
ଲେଖୁ ଲେଖୁ ଲେଖି ଦେଲିଅମ୍ରିତାର ମାଆ
ଆମେ ତ ଟୋକା ଷଣ୍ଢମାର୍କା
ପାଗଳ କରିଚୁ ତୁକାକାର ସ୍ତ୍ରୀ
୨୦୧୫ଇସ୍କ ତୁ ହି ତୁସ୍ୱାଧୀନର ମାଆ
ଗପ ହେଲେ ବି ସତସରୋଜିନୀ ମିଶ୍ର
ହେଲୋ ଇନ୍ ଲଭ୍
୨୦୧୬ଜବରଦସ୍ତ ପ୍ରେମିକଚନ୍ଦୁର ଭାଉଜ
ଅଗସ୍ତ୍ୟଅଗସ୍ତ୍ୟର ମାଆ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Priyanka Mohapatra, Debu Pattnaik in Ambika Khudi Handisala". Incredible Orissa. 26 March 2015. Retrieved 26 March 2018.

ବାହାର ଆଧାର

ନିକିତା ପରିଜା

ନିକିତା ପରିଜା
Image result for acp nikita
ଜନ୍ମ ଓ ଜନ୍ମସ୍ଥାନନିକିତା ପରିଜା
କଟକଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୫ରୁ-ଏବେଯାଏଁ
ବାପା ମାହିମାଂଶୁ ପରିଜା (ବାପା)
ରୁନୁ ପରିଜା (ମାଆ)
ନିକିତା ପରିଜା, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।ଏହାପରେ ସେ କିଛି ଓଡ଼ିଆ କଥାଚିତ୍ରରେ ନାୟିକ ଏବଂ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ନିକିତା ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ନିକିତା ଓଡ଼ିଆ କଥାଚିତ୍ର ଜଗତର ଜନାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜା ଏବଂ ଲୋକପ୍ରିୟ ଅଭିନେତ୍ରୀ ରୁନୁ ପରିଜାଙ୍କ ଝିଅ ।

ଅଭିନୟ ଜୀବନ

କଥାଚିତ୍ର

ନିକିତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ନିକିତା ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି କଥାଚିତ୍ରଟିରେ ସିଦ୍ଧାନ୍ତ ମହାପାତ୍ରବିଜୟ ମହାନ୍ତିକୁନା ତ୍ରିପାଠୀପପୁ ପମ ପମଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ନିକିତା ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଚୋରି ଚୋରି ମନ ଚୋରିରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ନିକିତାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତିଜୀବନ ପଣ୍ଡାମୀନକେତନ, ଭଗବାନ, ପୁଷ୍ପା ପଣ୍ଡାପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୨ରେ ନିକିତା ଓଡ଼ିଆ କଥାଚିତ୍ର ମୁଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା । ଏହି କଥାଚିତ୍ରଟିରେ ସୁମନ, ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବିଭୂତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୩ରେ ନିକିତା ମିତ ବସିଛି ମୁଁ ଭୂତ ସାଥିରେ କଥାଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଆକାଶ ଦାସନାୟକପ୍ରିୟା ଚୌଧୁରୀଦୁଷ୍ମନ୍ତ ପଣ୍ଡା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଣ୍ଡାରେ ନିକିତା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ବାପି ରାୟ, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଦୂରଦର୍ଶନ

ନିକିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ କିଛି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତପସ୍ୟାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ତାଙ୍କ ମାଆ ରୁନୁ ପରିଜା ମଧ୍ୟ ତପସ୍ୟାର ମାଆ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିଟି ପ୍ରସାରିତ ହେଉଥିବାବେଳେ ତାଙ୍କ ମାଆଙ୍କର ଦେହାନ୍ତ ଘଟିଥିଲା ।
ଏହାପରେ ନିକିତା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏସପି ନିକିତାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ଚାଲିଥିବାବେଳେ ହଠାତ୍ ଧାରାବାହିକଟିର ଅଧିକାଂଶ କଳାକାର ବଦଳି ଯାଇଥିଲେ । ତେଣୁ ନିକିତା ମଧ୍ୟ ଅଧାରୁ ଧାରାବାହିକଟି ଛାଡ଼ିଥିଲେ ଏବଂ ଅନ୍ୟ ଜଣେ ନାୟିକା ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୫ତୁ ମୋ ଆଖିର ତାରାନିକିପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୧ଚୋରି ଚୋରି ମନ ଚୋରିଖୁସିନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୧ମଥାରେ ଦେଇ ପାଟ ଓଢ଼ଣୀ
୨୦୧୨ମୁଁପ୍ରିୟା
୨୦୧୩ମିତ ବସିଛି ମୁଁ ଭୂତ ସାଥିରେଲକ୍ଷ୍ମୀ
୨୦୧୬ଗୁଣ୍ଡା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ତପସ୍ୟାଇ ଟିଭି ଓଡ଼ିଆତପସ୍ୟା
ଏସିପି ନିକିତାତରଙ୍ଗ ଟିଭିନିକିତା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି". sambad.in. 3 March 2018. Retrieved 5 March 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ". sambad.in. 23 November 2017. Retrieved 18 February 2018.
  3. ଉପରକୁ ଯାଆନ୍ତୁ"CHORI CHORI MANA CHORI". ORIYA NEWS. Retrieved 5 March 2018.
  4. ଉପରକୁ ଯାଆନ୍ତୁ"Odia Movie “Mun”". NewOdisha.in. 4 September 2012. Retrieved 20 November 2017.
  5. ଉପରକୁ ଯାଆନ୍ତୁ"Mu New Oriya Movie". Incredible Orissa. 18 July 2012. Retrieved 20 November 2017.
  6. ଉପରକୁ ଯାଆନ୍ତୁ"Mita Basichi Mu Bhuta Sathire". Incredible Orissa. 24 September 2011. Retrieved 7 November 2017.
  7. ଉପରକୁ ଯାଆନ୍ତୁ"MITA BASICHI MU BHUTA SATHIRE". Incredbile Orissa. 20 September 2013. Retrieved 7 November 2017.
  8. ଉପରକୁ ଯାଆନ୍ତୁ"କେଉଁଠି ଏବେ ଏହି ଓଲିଉଡ ନାୟିକା?". ସମ୍ବାଦ. 1 September 2017. Retrieved 8 September 2017.
  9. ଉପରକୁ ଯାଆନ୍ତୁ"“ଗୁଣ୍ଡା’ରିଲିଜ୍‌ ପାଇଁ ପ୍ରସ୍ତୁତ". ଓଡ଼ିଶା ଟାଇମ୍. 19 September 2016. Retrieved 27 July 2017.

ବାହାର ଆଧାର