Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତା. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତା. Show all posts
ମୀନକେତନ ଦାସ
ମୀନକେତନ ଦାସ | |
---|---|
ମୀନକେତନ ଦାସ
| |
ଜନ୍ମ ଓ ଜନ୍ମସ୍ଥାନ | ମଇ ୭, ୧୯୬୧ କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ |
ମୃତ୍ୟୁ | ୩୦ ଜୁନ ୨୦୧୭ (୫୬ ବର୍ଷ) ଭୁବନେଶ୍ୱର |
ମୃତ୍ୟୁର କାରଣ | ଅଗ୍ନାଶହ କର୍କଟ |
ଜୀବିକା | ଅଭିନେତା (ଓଡ଼ିଆ) |
ଜୀବନସାଥି | କାଞ୍ଚନବାଳା ଦାସ |
ମୀନକେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନକେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ ।
କଥାଚିତ୍ର ଜୀବନ
ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନକେତନ ଓଡ଼ିଆ ଚଳଚ୍ଚିତ୍ର ସହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ । ୨୦୧୬ମସିହାର ମୀମାଂସା ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ "ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା" ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ମୃତ୍ୟୁ
ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନକେତନଙ୍କର ପରଲୋକ ଘଟିଥିଲା ।
ଅଭିନୀତ କଥାଚିତ୍ର
ମସିହା | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୧୬ | ମୀମାଂସା | |
୨୦୧୬ | ଲଭ୍ ଷ୍ଟେସନ | ଅତିଥି କଳାକାର |
୨୦୧୬ | ଦେଲେ ଧରା କଥା ସରେ | |
୨୦୧୬ | ଝିଅଟା ବିଗିଡ଼ିଗଲା | |
୨୦୧୬ | ଅଗସ୍ତ୍ୟ | ସଦାନନ୍ଦ ସେଠୀ |
୨୦୧୬ | ଟାଇଗର | |
୨୦୧୬ | ହେଲା ମତେ ପ୍ରେମ ଜର | |
୨୦୧୬ | ଗୋଟେ ଶୁଆ ଗୋଟେ ଶାରୀ | |
୨୦୧୫ | ଜଗା ହାତରେ ପଘା(୨୦୧୫) | ଶଙ୍କର |
୨୦୧୫ | ସୁପର ମିଛୁଆ | ରୋମିଓର ମାମୁଁ |
୨୦୧୫ | ନୂଆ ନୂଆ ପ୍ରେମରେ | ପୋଲିସ ଇନସ୍ପେକ୍ଟର |
୨୦୧୫ | ଇସ୍କ ତୁ ହି ତୁ | ବବି ଭାଇ |
୨୦୧୫ | ଯିଏ ଯାହା କହୁ ମୋର ଢୋ | ହଜାରି ଶଙ୍କର |
୨୦୧୪ | ଆମେ ତ ଟୋକା ଶଣ୍ଢ ମାର୍କା | |
୨୦୧୪ | କିଡ୍ନାପ୍ | |
୨୦୧୪ | ଜୟ ହିନ୍ଦ୍ | |
୨୦୧୪ | ସିନ୍ଦୂର | ବଲ୍ଲଭ ରାୟ |
୨୦୧୩ | ଗଡ଼ବଡ଼ | ଭାଇ (ମୀନକେତନ) |
୨୦୧୩ | [[ଟଙ୍କା ତତେ ସଲାମ] | ମୀନକେତନ |
୨୦୧୩ | [[ବ୍ୟାଚେଲର] | ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର |
୨୦୧୩ | ମୁଁ ଦିୱାନା ତୋ ପାଇଁ | ପୋଲିସ ଏସ୍.ଆଇ. ନୀଳାଚଳ |
୨୦୧୩ | ହରି ଓମ ହରି | ଜଗନ୍ନାଥ ପଟ୍ଟନାୟକ |
୨୦୧୩ | ହାତ ଧରି ଚାଲୁଥା | ସଂଗ୍ରାମ |
୨୦୧୩ | ଅଶୋକ ସମ୍ରାଟ | ସ୍ୱାମିଜୀ |
୨୦୧୩ | ଟାର୍ଗେଟ୍ | ନାରୁ ଭାଇ |
୨୦୧୩ | ଦିୱାନା ଦିୱାନୀ | ସଞ୍ଜୁର ବାପା |
୨୦୧୩ | ମାଇଁ ଲଭ ଷ୍ଟୋରୀ | ପ୍ରଶାନ୍ତ |
୨୦୧୩ | ନଈ ସେପାରୀ କନକ ଗୋରୀ | ଦୂର୍ଜତି ସାମନ୍ତରାୟ |
୨୦୧୩ | ମୋ' ଦୁନିଆ ତୁ ହିଁ ତୁ | |
୨୦୧୨ | ଲଭ ମାଷ୍ଟର | ବିକ୍ରମ ପ୍ରତାପ |
୨୦୧୨ | ଚାନ୍ଦ ନା ତମେ ତାରା | |
୨୦୧୨ | ଓମ ସାଇ ରାମ | |
୨୦୧୨ | ବ୍ୟାଡ଼୍ ଗାର୍ଲ | |
୨୦୧୨ | ରଙ୍ଗିଲା ଟୋକା | ଲକ୍ଷ୍ମୀଧର ପ୍ରଧାନ |
୨୦୧୨ | ଇଡିଅଟ୍ | ଗୋବର୍ଦ୍ଧନ |
୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ସୁଧୀର |
୨୦୧୨ | ଗୁଡ଼୍ବୟ | ପୋଲିସ ଇନସ୍ପେକ୍ଟର ମୀନକେତନ |
୨୦୧୨ | ଶପଥ | ମହିମା |
୨୦୧୨ | ଥୁକୁଲ୍ | ପଞ୍ଚମର ମାମୁଁ |
୨୦୧୧ | ବାଳୁଙ୍ଗା ଟୋକା | ଚିକୁର ବାପା |
୨୦୧୧ | ମୁଁ ପ୍ରେମୀ ମୁଁ ପାଗଳ | କଲେଜ ଅଧକ୍ଷ |
୨୦୧୧ | ଚୋରି ଚୋରି ମନ ଚୋରି | |
୨୦୧୧ | ୧୪୩ ଆଇ ଲଭ ୟୁ | ରସ ରଙ୍ଗ ପଣ୍ଡା |
୨୦୧୧ | ପ୍ରେମ୍ ୱେଡ୍ସ ପ୍ରିୟା | ରଙ୍ଗିଲା |
୨୦୧୧ | ହିରୋ | ଶକ୍ତିର ବାପା |
୨୦୧୧ | ଲୋଫର୍ | ରେଷ୍ଟୁରାଣ୍ଟ ମାଲିକ |
୨୦୧୧ | ମୋଷ୍ଟ ୱାଣ୍ଟେଡ଼ | ବାବୁ ଭାଇ |
୨୦୧୦ | ଓମ ନମଃ ଶିବାୟ | ନାଗ ଭୂଷଣ ମହାନ୍ତି |
୨୦୧୦ | ଦିୱାନା | ମୋହନ ମହାନ୍ତି(TTI) |
୨୦୧୦ | ମେଘ ସବାରୀରେ ଆସିବ ଫେରୀ | ସ୍ମଶାନ ଜଗୁଆଳୀ |
୨୦୧୦ | ଏଇ ମିଳନ ଯୁଗ ଯୁଗର | |
୨୦୧୦ | ଶଶୁର ଘର ଜିନ୍ଦାବାଦ | ଡମ୍ପୁରୁ ମାମୁଁ |
୨୦୧୦ | ପହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର) | ବାଦଶାହା |
୨୦୧୦ | ମୁଁ କଣ ଏତେ ଖରାପ | ଦିଗମ୍ବର ମହାନ୍ତି |
୨୦୧୦ | ଆଖି ପଲକରେ ତୁ | ବିଜୁ ସାମନ୍ତ |
୨୦୦୯ | କେଉଁ ଦୁନିଆରୁ ଆସିଲ ବନ୍ଧୁ | ସାପୁଆ କେଳା |
୨୦୦୯ | ଶତ୍ରୁ ସଂହାର | ଇନସ୍ପେକ୍ଟର ସୁରେଶ ଗଡ଼ନାୟକ |
୨୦୦୯ | ଆରେ ସାଥୀ ଆ | ରାମ |
୨୦୦୯ | ଧିରେ ଧିରେ ପ୍ରେମ ହେଲା | ହାଡ଼ୁ ଚମ୍ପତ୍ତି |
୨୦୦୮ | ତୋ ବିନା ଭଲ ଲାଗେନା | ଶଙ୍କର |
୨୦୦୮ | ବନ୍ଦେ ଉତ୍କଳ ଜନନୀ | ବିଧାୟକ ଗୋପବନ୍ଧୁ ବେହେରା |
୨୦୦୮ | ଜୀଅନ୍ତା ଭୂତ | ଡୋମ୍ବୋ |
୨୦୦୭ | କାଳୀ ଶଙ୍କର | ମଣ୍ଟୁ |
୨୦୦୭ | ଚକା ଚକା ଭଉଁରୀ | ରଘୁ |
୨୦୦୭ | ଧଉଳି ଏକ୍ସପ୍ରେସ୍ | ମାଧାବ |
୨୦୦୭ | ନାରୀ ନୁହେଁ ତୁ ନାରାୟଣୀ | |
୨୦୦୭ | ଫେରିଆ ମୋ ସୁନା ଭଉଣୀ | |
୨୦୦୬ | ରାଖି ବାନ୍ଧିଲି ମୋ ରଖିବ ମାନ | ଶମ୍ଭୁ |
୨୦୦୬ | ତୁ ଏକା ଆମ ସାହା ଭରଷା | ବିକ୍ରମ |
୨୦୦୫ | ଓମ ଶାନ୍ତି ଓମ | ଦୁର୍ଗା ପ୍ରସାଦ |
୨୦୦୩ | ନାରୀ ଆଖିରେ ନିଆଁ | |
୨୦୦୩ | ଏଇଠି ସ୍ୱର୍ଗ ଏଇଠି ନର୍କ | |
୨୦୦୩ | ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର) | |
୨୦୦୩ | ବିଧାତା (୨୦୦୩ର ଚଳଚ୍ଚିତ୍ର) | ରଙ୍ଗା |
୨୦୦୨ | ପୁଅ ମୋର ଜଗତ ଜିତା | ଇନସ୍ପେକ୍ଟର ଦୁଶାସନ ସ୍ୱାଇଁ |
୧୯୯୯ | ପ୍ରେମ ବନ୍ଧନ | ଦିଲୀପ ବଳିଆରସିଂହ |
୧୯୯୯ | ଧର୍ମ ନିକିତି | ବିଲ୍ଲା |
୧୯୯୯ | ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର) | ମହାଜନ |
୧୯୯୮ | ସହର ଜଳୁଛି | |
୧୯୯୮ | ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) | |
୧୯୯୬ | ନୀଳ ମାଷ୍ଟେରାଣୀ | |
୧୯୯୫ | ରକତ କହିବ କିଏ କାହାର | ମାଇକେଲ |
୧୯୯୫ | ମୋ ମନ ଖାଲି ତୁମରି ପାଇଁ | ଲାଖୁଆ |
ଆଧାର
- ଉପରକୁ ଯାଆନ୍ତୁ"Being ‘evil’ in films brings out the ‘good’ in an actor: Minaketan". Odisha News 360. 12 August 2016. Retrieved 22 August 2016.
- ଉପରକୁ ଯାଆନ୍ତୁ"ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Retrieved 26 October 2017.
- ଉପରକୁ ଯାଆନ୍ତୁ"ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର". ପ୍ରମେୟ ୨୦/୧୨/୨୦୧୭ ପୃଷ୍ଠା ୫. Retrieved 20 December 2017.
- ଉପରକୁ ଯାଆନ୍ତୁhttp://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/
ଅଧିକ ତଥ୍ୟ
- ମୀନକେତନ (ଇଣ୍ଟରନେଟ ମୁଭି ଡାଟାବେସରେ)
ବବି ମିଶ୍ର
ବବି ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବବି ମିଶ୍ର ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତା |
ଜୀବନସାଥି | କୋଏଲ |
ବବି ମିଶ୍ର ଜଣେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଏବଂ ଆଲବମ୍ ଗୀତ ଅଭିନେତା । ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ହାସ୍ୟ ଅଭିନେତା, ସହ ଅଭିନେତା ଏବଂ ଖଳନାୟକ ଭାବରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଆଧୁନିକ ଆଲବମ୍ର ଅନେକ ଗୀତରେ ନୃତ୍ୟ କରିଥିଲେ । ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ରରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର ସହ ଦୂରଦର୍ଶନର ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା । ଧିରେ ଧିରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏଥିସହ ସେ ସହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ ।
ବବି ମିଶ୍ର ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଆଧୁନିକ ଆଲବମ୍ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ ।
କଥାଚିତ୍ର ଏବଂ ଆଲବମ୍ ବ୍ୟତୀତ ବବି ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଧାରାବାହିକ 'ଜୀବନ ସାଥୀ'ରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୯ | ଜୟ ଶ୍ରୀରାମ | ପିଣ୍ଟୁ ମହାନ୍ତି | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୩ | ନାରୀ ଆଖିରେ ନିଆଁ | ||
୨୦୦୫ | ତୋ ପାଇଁ | ||
୨୦୦୭ | ଫେରିଆ ମୋ ସୁନା ଭଉଣୀ | ||
ମୁଁ ତତେ ଲଭ୍ କରୁଚି | |||
ଚକା ଚକା ଭଉଁରୀ | ଆଲୋକ | ||
ରସିକ ନାଗର | କେସବ ପ୍ରଜାପତି | ||
ଲାଲ ଟୁକୁ ଟୁକୁ ସାଧବ ବୋହୂ | ବଣ୍ଟି | ||
୨୦୦୮ | ମତେ ତ ଲଭ୍ ହେଲାରେ | ରାଜା | |
ନନ୍ଦିନୀ ଆଇ ଲଭ୍ ୟୁ | ବବି | ||
୨୦୦୯ | ପ୍ରେମରୋଗୀ | ରୁଦ୍ରାକ୍ଷ | |
ଶତ୍ରୁ ସଂହାର | ଅଜୟର ସାଙ୍ଗ | ||
ଡ୍ରୀମ ଗାର୍ଲ | |||
ଅଭିମନ୍ୟୁ | ଶଙ୍କର | ||
ଅସୀମା | |||
୨୦୧୦ | ଡନ୍ | ରାଜୁ | |
ଆଖି ପଲକରେ ତୁ | ଡି.ଜି. ମିର୍ଧା | ||
ତୋ ଆଖିରେ ମୁଁ | ଇନିସ୍ପେକ୍ଟର ଇନ୍ଦ୍ରଜିତ | ||
ତୋତେ ଭଲ ପାଉଚି ବୋଲି | ରକି | ||
୨୦୧୧ | ତୁ ମୋ ଗାର୍ଲଫ୍ରେଣ୍ଡ | ଚକ୍ରଧର | |
୨୦୧୩ | ତୁ ମୋ ସୁନା ତୁ ମୋ ହୀରା | ପ୍ରେମ କୁମାର ତ୍ରିପାଠୀ | ନାୟକ |
ସଲାମ ସିନେମା | |||
୨୦୧୪ | ପୁଣି ଦେଖା ହେବ ଆର ଜନମରେ | ||
୨୦୧୬ | ଦେଲେ ଧରା କଥା ସରେ | ||
୨୦୧୮ | ହାପି ଲକି | ||
୨୦୧୮ | ଦୀପୁ ଦ ଡ୍ୟାନ୍ସ ବୟ | ||
୨୦୧୮ | ଯୋଉଠି ଥିଲେ ବି ତୁ ମୋର | ମୁ୍କ୍ତିଲାଭ ଅପେକ୍ଷାରେ | |
୨୦୧୮ | ନାୟକର ନାଁ ଦେବଦାସ | ସୁଟିଂ ଚାଲିଛି |
ଅଭିନୀତ ଧାରାବାହିକ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ଜୀବନ ସାଥୀ | ସାର୍ଥକ ଟିଭି |
ଆଧାର
- ଉପରକୁ ଯାଆନ୍ତୁ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
- ଉପରକୁ ଯାଆନ୍ତୁ↑ "ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ". ଜୟ ଓଡ଼ିଶା. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍ ନମ୍ବର’ ଏବଂ ‘ଜୟ ଶ୍ରୀରାମ’ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍!". sambd.in. 7 October 2017. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 September 2016. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
- ଉପରକୁ ଯାଆନ୍ତୁ↑ "ଅନୁଭବ ହିଁ ବନିଛନ୍ତି 'ଅର୍ଜୁନ' ଓ 'ଅଭିମନ୍ୟୁ'!". ସମ୍ବାଦ. 31 August 2017. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’". Kanak News. 4 July 2016. Retrieved 19 January 2018.
ବାହାର ଆଧାର
- ବବି ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)
ଅକ୍ଷୟ ବସ୍ତିଆ
ଅକ୍ଷୟ ବସ୍ତିଆ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅକ୍ଷୟ ବସ୍ତିଆ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରା |
କାର୍ଯ୍ୟକାଳ | ୧୯୯୮ରୁ-ଏବେଯାଏଁ |
ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅକ୍ଷୟ ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ
ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।
ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ମୋ ସୁନା ପୁଅ, ଧଉଳି ଏକ୍ସପ୍ରେସ, ଅଗ୍ନିଶିଖା, ସତ୍ୟମେବ ଜୟତେ, ଆସିବୁ କେବେ ସାଜି ମୋ ରାଣୀ, ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ତୋର ମୋର କଥା ହେବା ଚୁପ୍ ଚାପ୍, ପ୍ରେମ ସବୁଠୁ ବଳବାନ, ମୁଁ ରାଜା ତୁ ରାଣୀ, ଜୟ ହିନ୍ଦ୍, ଲଭ୍ ୟୁ ହମେଶା, ମାୟା, ମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।
ଅଭିନୀତ ଚଳଚ୍ଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୮ | ବୋଉ | ଅମର ରାଉତରାୟ | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୫ | ଧର୍ମର ହେବ ଜୟ | ଗୁରୁ ପଟ୍ଟନାୟକ | |
୨୦୦୬ | ଶାଶୁଘର ଚାଲିଯିବି | ଡଃ ଅଶୋକ | |
ଆଇ ଲଭ୍ ମାଇଁ ଇଣ୍ଡିଆ | ବିକ୍ରମ ଚୌଧୁରୀ | ||
୨୦୦୭ | ମୋ ସୁନା ପୁଅ | ଅଜୟ ମହାପାତ୍ର | |
ଧଉଳି ଏକ୍ସପ୍ରେସ | ଆଦର୍ଶ | ||
ଅଗ୍ନିଶିଖା | ପ୍ରତୀକ | ||
୨୦୦୮ | ସତ୍ୟମେବ ଜୟତେ | ପତ୍ରକାର | |
୨୦୧୦ | ଆସିବୁ କେବେ ସାଜି ମୋ ରାଣୀ | ||
୨୦୧୧ | ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ | ଶେଖର | |
ତୋର ମୋର କଥା ହେବା ଚୁପ୍ ଚାପ୍ | |||
୨୦୧୩ | ପ୍ରେମ ସବୁଠୁ ବଳବାନ | ରଣଜିତ ସିଂହାନିଆ | |
ମୁଁ ରାଜା ତୁ ରାଣୀ | କୀର୍ତ୍ତନ | ||
୨୦୧୪ | ଜୟ ହିନ୍ଦ୍ | ||
୨୦୧୫ | ଲଭ୍ ୟୁ ହମେଶା | ପୋଲିସ୍ ଇନିସ୍ପେକ୍ଟର | |
ମାୟା | |||
ମୋ ଦିଲ୍ କହେ ଇଲୁ ଇଲୁ |
ଅଭିନୀତ ଧାରାବାହିକ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ମହାଯଜ୍ଞ | ଡିଡି ଓଡ଼ିଆ | ଗୌତମ |
ତାସ୍ର ଘର | ଇ ଟିଭି ଓଡ଼ିଆ | |
ରାଜନୀତି | ତରଙ୍ଗ ଟିଭି | |
ମୋ ଜେଜେମା | ଜୀ କଳିଙ୍ଗ/ସାର୍ଥକ ଟିଭି | |
ବଧୂ | ସାର୍ଥକ ଟିଭି | ଶୁଭଙ୍କର |
ଆଧାର
- ଉପରକୁ ଯାଆନ୍ତୁ"ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ". ଓଡ଼ିଶା ଡଟ୍ କମ୍. 25 August 2012. Retrieved 24 February 2018.
- ଉପରକୁ ଯାଆନ୍ତୁ"ପରଲୋକରେ ମୀନକେତନ". ସମ୍ବାଦ. 2 July 2017. Retrieved 24 February 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"ଏଇ ଦୁଇ ନାୟିକା ଗୋଟିଏ ଫିଲ୍ମରୁ କରିଥିଲେ ଓଲିଉଡ୍ ଡେବ୍ୟୁ". sambad.in. 6 January 2017. Retrieved 24 February 2018.
- ଉପରକୁ ଯାଆନ୍ତୁ"ପ୍ରୀତି ଭାଟିଆ ଗିରଫ , ଚାରିଦିନ ରିମାଣ୍ଡରେ ନେଲା ସିବିଆଇ". odia spot news. 10 October 2014. Retrieved 24 February 2018.
ବାହାର ଆଧାର
- ଅକ୍ଷୟ ବସ୍ତିଆ (ଇଣ୍ଟରନେଟ ମୁଭି ଡାଟାବେସରେ)
ହର ରଥ
ହର ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ହର ରଥ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରା |
କାର୍ଯ୍ୟକାଳ | ୨୦୦୫-ଏବେଯାଏଁ |
ହର ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ହର ଜଣେ ସହ-ନିର୍ଦ୍ଦେଶକ ଭାବରେ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ରେ ହର ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ନାୟକ, ଖଳନାୟକ, ସହ-ନାୟକ ଏବଂ ପାର୍ଶ୍ୱ-ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ହର ଗଞ୍ଜାମ ଜିଲ୍ଲାର ଧରାକୋଟରେ ପଢ଼ୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ନାଟକ, ଡ଼୍ରାମା ଆଦିରେ ଅନେକ ଅଭିନୟ କରିଥିଲେ । ଏହାପରେ ଆସ୍କା, ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କାର ପାଇଥିଲେ ।
ଅଭିନୟ ଜୀବନ
ହର ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ସେ ମେକଅପ ମେନ, ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର, ଏଡ଼ିଟର ଆଦି ବିଭିନ୍ନ କାମ କରିଥିଲେ । ଏହାପରେ ସେ ୨୦୦୫ରେ ଜୀବନ ମୃତ୍ୟୁ କଥାଚିତ୍ରରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୭ରେ ସେ ମଧ୍ୟ ମୁଁ ତତେ ଲଭ୍ କରୁଚି ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚିତ୍ର ପ୍ରିୟା ମୋ’ ପ୍ରିୟାରେ ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ଦେଇଥିଲେ । ଏହପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ ଏବଂ ତା' ପରଠାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଖଳନାୟକ, ସହନାୟକ, ପାର୍ଶ୍ୱ-ଅଭିନେତା, ହାସ୍ୟ ଅଭିନେତା ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।
ଏହାପରେ ସେ ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ଼, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା'ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୮ରେ ହରଙ୍କର ଚଳଚ୍ଚିତ୍ର ଯୋଗୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଶୀର୍ଷକ ଯୋଗୀ ଭୂମିକାରେ ହର ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା ।
ଦୂରଦର୍ଶନ
ହର ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ଅଭିନୟ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏକ୍ସକ୍ୟୁଜ୍ ମି-ଏଥର ମିଛ କହିବିରେ ଅଭିନେତା ପପୁ ପମ ପମଙ୍କ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | ବନ୍ଦେ ଉତ୍କଳ ଜନନୀ | ବିଜୟ ଦାସ | ପ୍ରଥମ ଓଡ଼ିଆ କଥାଚିତ୍ର |
ସତ୍ୟମେବ ଜୟତେ | |||
୨୦୧୧ | ମୋଷ୍ଟ ୱାଣ୍ଟେଡ଼ | ଟୋପି | |
୨୦୧୨ | ମାଟିର ବନ୍ଧନ | ||
ଏସିପି ରଣବୀର | |||
୨୦୧୪ | ଆଖିରେ ଆଖିରେ | ||
ଆମେତ ଟୋକା ଷଣ୍ଢ ମାର୍କା | |||
ମୁଁ ତା'ର କିଏ | |||
ୱାନ୍ ୱେ ଟ୍ରାଫିକ୍ | |||
୨୦୧୫ | କେହି ନୁହେଁ କାହାର | ||
ହେଲୋ- ଇନ୍ ଲଭ୍ | |||
୨୦୧୬ | ମୀମାଂସା | ||
୨୦୧୮ | ଯୋଗୀ | ଯୋଗୀ |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ ‘ଯୋଗୀ’ ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
- ଉପରକୁ ଯାଆନ୍ତୁ"ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.
- ଉପରକୁ ଯାଆନ୍ତୁ"ହର ଯାହା ଖୋଜୁଥିଲେ..". ଧରିତ୍ରୀ. Retrieved 27 February 2018.
- ଉପରକୁ ଯାଆନ୍ତୁ"ଶୁଟିଂ ସେଟ୍ରୁ: ଲଣ୍ଡା ହେବାକୁ ନେଇ ଟେନ୍ସନ୍". ଧରିତ୍ରୀ. Retrieved 27 February 2018.
- ଉପରକୁ ଯାଆନ୍ତୁ"ହର ଦେଲେନି ଧରା". ସମାଜ. 3 December 2017. Retrieved 7 December 2017.
- ଉପରକୁ ଯାଆନ୍ତୁ"ଓଡ଼ିଶାରେ ଯୋଗୀ". ସମାଜ. 17 December 2017. Retrieved 17 December 2017.
ବାହାର ଆଧାର
- ହର ରଥ (ଇଣ୍ଟରନେଟ ମୁଭି ଡାଟାବେସରେ)