ବାଳକୃଷ୍ଣ ନାୟକ

ବାଳକୃଷ୍ଣ ନାୟକ
Image result for excuse me kana kala se odia movie
ଜନ୍ମ ଓ ଜନ୍ମସ୍ଥାନଲକି
ଜୁନ ୫
ଓଡ଼ିଶାଭାରତ
ଜୀବିକାହାସ୍ୟ ଅଭିନେତା ଅଭିନେତା (ଓଡ଼ିଆ)
ବାଳକୃଷ୍ଣ ନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ହାସ୍ୟ କଳାକାର । ଓ ଟିଭିରେ ପ୍ରସାରିତ ହେଉଥିବା ରାଜନିତୀ ଭିତ୍ତିକ ହାସ୍ୟାତ୍ମକ କାର୍ଯ୍ୟକମ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସରେ ବାଳକୃଷ୍ଣ ଜଣେ ବ୍ୟଙ୍ଗ ଅଭିନେତା ଭାବରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଚିଟ୍‌ଫଣ୍ଡ ଏବଂ କାଷ୍ଟିଂ କାଉଚକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଏକ୍ସକ୍ୟୁଜ ମି କ'ଣ କଲା ସେ ଚଳଚ୍ଚିତ୍ର ଜରିଆରେ ୨୦୧୬ ମସିହାରେ ବାଳକୃଷ୍ଣ ବଡ଼ ପରଦାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବାଳକୃଷ୍ଣ । ଦଶପଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ସେ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ । ପରେ ପରେ ସେ ରାଜମୋହ‌ନ ଜୀଉ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲାରେ ପାଠ ପଢ଼ିଲେ । ସେଠାରେ ତାଙ୍କର ଜଣେ ସ‌ହପାଠୀ ବନ୍ଧୁଙ୍କ ସ‌ହ ମିଶି ସେ ଲକି ବ୍ରଦର୍ସଙ୍କ ପଢ଼ୁଥା ହସି ହସି ଗଡ଼ୁଥା ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିଥିଲେ, ଯାହାକି ପାଠକ ମ‌ହଲରେ ଅନେକ ପ୍ରଶଂସା ସାଉଣ୍ଟିଥିଲା ।

ଅଭିନୟ ଜୀବନ

ବାଳକୃଷ୍ଣଙ୍କର ପିଲାବେଳୁ ହିଁ ଅଭିନୟରେ ରୂଚି ଥିଲା । ସେ ସ୍କୁଲରେ ପଢ଼ୁଥିବା ବେଳେ ଫେବୃଆରୀ ୨୦୧୦ରେ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସରେ ଅଭିନୟ କରିବାର ସୁଯୋଗ ପାଇଥଲେ । ଏହି କାର୍ଯ୍ୟକ୍ରମରେ ଅଭିନୟ ହିଁ ତାଙ୍କୁ ସାରା ଓଡ଼ିଶାରେ ପରିଚିତ କରାଇଥିଲା । ଓଡ଼ିଆ କଥାଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମ ପମଙ୍କୁ ସେ ତାଙ୍କର ପ୍ରେରଣାର ଉତ୍ସ ଭାବରେ ଗ୍ରହଣ କରିଥାନ୍ତି । ଟିଭିରୁ ସେ ସବୁବେଳେ ପପୁ ପମ ପମଙ୍କ ହସାଇବା ଶୈଳୀ ଓ କଥାକୁ ନିରୀକ୍ଷଣ କରି ତାଙ୍କ ଭିତରେ ଥିବା ହସାଇବାର କଳାକୁ ଶାଣିତ କରିଛନ୍ତି । ଭାରତର ଅନ୍ୟ ଜଣେ ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କମେଡ଼ି କାର୍ଯ୍ୟକ୍ରମରୁ ମଧ୍ୟ ସେ ଅନେକ କିଛି ଶିକ୍ଷା କରିଛନ୍ତି ।

ଅଭିନୀତ କଥାଚିତ୍ର

  • ୨୦୧୬: ଏକ୍ସକ୍ୟୁଜ ମି କ'ଣ କଲା ସେ

ଦୂରଦର୍ଶନ

  • ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ୍

ଆଧାର

  1. ଉପରକୁ ଯାଆନ୍ତୁମାସୀ; ନରେଶ ପଟ୍ଟନାୟକ; ଲୋକନାଥ ମିଶ୍ର; କାର୍ତ୍ତିକ ସାହୁ (7 August 2016). "ଏମିତି ବି ହୁଏ ବନ୍ଧୁତା" (in ଓଡ଼ିଆ). ଧରିତ୍ରୀ (ଭୁବନେଶ୍ୱର): p. ୧୨. Archived from the originalon 7 August 2016. Retrieved 22 August 2016.
  2. ଉପରକୁ ଯାଆନ୍ତୁ"‘ଗ୍ରେଟ୍‌ ଓଡ଼ିଶା ପଲିଟିକାଲ୍ ସର୍କସ’ର ବାଳକୃଷ୍ଣ ଏବେ ବଡ଼ ପରଦାରେ ‘ହିରୋ’". Odisha Reporter. 13 August 2016. Retrieved 22 August 2016.