ଆହାନା ବରାଳ (Aahana Baral)

ଆହାନା ବରାଳ
Odia actress Aahana Baral (ଆହାନା ବରାଳ)
ଜନ୍ମ ଓ ଜନ୍ମସ୍ଥାନ
ଜେନାପୁର, ଯାଜପୁର
ଜୀବିକାଓଡ଼ିଆ ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୭ରୁ-ଏବେଯାଏଁ
ଜୀବନସାଥିରାକେଶ (ବିବାହ: ୨୦୨୧)

ଆହାନା ବରାଳ (Ahana Baral) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ୨୦୧୭ ମସିହାରେ ସେ ଓଡ଼ିଆ କଥାଚିତ୍ର ଭୈରବ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବ୍ଲାକ୍‌ମେଲ୍, ଜଙ୍ଗଲ, ଓଏ ଗୀଟାର୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ

ଅହାନା ଯାଜପୁର ଜିଲ୍ଲାର ଜେନାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ହେଉଛି ମାନୁ । ସେ ଜଣେ ସମାଜସେବୀ ଭାବରେ ମଧ୍ୟ କ୍ଷ୍ୟାତି ଅର୍ଜନ କରିଛନ୍ତି ।

କଥାଚିତ୍ର ଜୀବନ

ଆହାନା ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଭୈରବ, ଯେଉଁଥିରେ ସେ ଅସୀତଙ୍କ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସହିତ ଏଲ୍‌ସା ଘୋଷ, ପପୁ ପମ ପମ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ଶକ୍ତି ବରାଳ, ଦେବୁ ବ୍ରହ୍ମା, ହାଡ଼ୁ, ବିଜୁ ବଡ଼ଜେନା, ରାଜୀବ, ଦେବୀ ବାରିକ, ଜ୍ଞାନ, ଟନିଆ, ଭିକାରୀ ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ ମସିହାରେ ସେ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ବ୍ଲାକ୍‌ମେଲ୍‌ରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହିତ ଅର୍ଦ୍ଧେନ୍ଦୁ ସାହୁ ଓ ତମନ୍ନା ବ୍ୟାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ରଟିରେ ଖଳନାୟକ ଭାବରେ କାର୍ଯ୍ୟ କରିଥିଲେ । ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ପୁପୁଲ ଭୂୟାଁ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୨୧ ମସିହାରେ ତାଙ୍କ ଅଭିନୀତ ଦୁଇଟି କଥାଚିତ୍ର ଜଙ୍ଗଲ ଓ ଓଇ ଗୀଟାର୍ ମୁକ୍ତିଲାଭ କରିଥିଲା । ଜଙ୍ଗଲ କଥାଚିତ୍ରରେ ତାଙ୍କ ସହିତ ସୁରଜ, ଇଲୁ ବାନାର୍ଜୀ, ସରୋଜ ଦାସ, ରବି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ । ଓଇ ଗୀଟାର କଥାଚିତ୍ରରେ ତାଙ୍କ ସହିତ ନାୟକ ଭୂମିକାରେ ଅଭିନୟ କରିଥିଲେ ଅମନ । ଆର୍‌.ଜେ. ଗୁଡ୍ଡି, ଦେବୁ ପଟ୍ଟନାୟକ, ଗୁଡ୍ଡୁ, ନମିତା ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ରୁନୁ ପାଢ଼ୀ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ଆଧାର

  1.  "ଅଭିନେତ୍ରୀ ଆହାନାଙ୍କ ହାତ ଧରିଲେ ରାକେଶ,ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ବିବାହ ଫଟୋ"Prameya. ଭୁବନେଶ୍ୱର. 14 March 2021. Archived from the original on 17 December 2021. Retrieved 17 December 2021.
  2.  "ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା"sambad.in. ଭୁବନେଶ୍ୱର. 27 May 2018. Archived from the original on 17 December 2021. Retrieved 6 June 2018.

ଅଧିକ ତଥ୍ୟ