ସୁପ୍ରିୟା ନାୟକ

ସୁପ୍ରିୟା ନାୟକ
ଜନ୍ମ ଓ ଜନ୍ମସ୍ଥାନ
ସୁପ୍ରିୟା ନାୟକ

ଜଗତସିଂହପୁର, ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ

ସୁପ୍ରିୟା ନାୟକ (Supriya Nayak) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସୁପ୍ରିୟା ୨୦୧୪ର ମିସ୍ ଓଡ଼ିଶା ପ୍ରତିଯୋଗୀତାରେ ୩ୟ ସ୍ଥାନରେ ରହିଥିଲେ ।

ପ୍ରାରମ୍ଭିକ ଜୀବନ

ସୁପ୍ରିୟା ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଜଣେ ଧାବିକା ଭାବରେ ମଧ୍ୟ ସ୍କୁଲରେ ଅନେକ ପୁରସ୍କାର ପାଇଥିଲେ । ମାତ୍ର ମେରୁଦଣ୍ଡ ରୋଗ, ଏପିଲେପ୍ସି ଡିଜର୍ଡର ଏବଂ ରକ୍ତଚାପ ପାଇଁ ସେ ଦୌଡ଼ରୁ ବିରତ ରହିଥିଲେ ।

ଅଭିନୟ ଜୀବନ

ସୁପ୍ରିୟା ୨୦୧୬ରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗାରେ ଅଭିନେତା ବାବୁଶାନ୍‌ଙ୍କର ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମୁମ୍ବାଇରେ ମଡେଲିଂରେ ଯୋଗ ଦେଇଥିଲେ । ମାତ୍ର ପୁଣିଥରେ ଓଡ଼ିଶା ଆସି ବାବୁଶାନ୍‌ଙ୍କ ସ‌ହ ଓନ୍‌ଲି ପ୍ୟାର୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୮ର ପ୍ରଥମ ଚଳଚ୍ଚିତ୍ର ଭାବରେ ଜାନୁଆରୀରେ ମୁକ୍ତିଲାଭ କରିଥିଲା ।

୨୦୨୧ ମସିହାର ଜାନୁଆରୀ ୨୫ଠାରୁ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ କେମିତି କହିବି କହରେ ସେ ଜଣାଶୁଣା ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ନାୟିକା ଭାବରେ ଅଭିନୟ କରୁଛନ୍ତି ।

୨୦୨୨ ମସିହାରେ ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ଆସ୍ତିକ ନାସ୍ତିକ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୬ଲଭ୍ ପାଇଁ କୁଛ୍ ଭି କରେଗାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ଓନ୍‌ଲି ପ୍ୟାର୍ନିତ୍ୟା
୨୦୧୯ବିଜୁ ବାବୁ
୨୦୨୨ଆସ୍ତିକ ନାସ୍ତିକ
୨୦୨୨ପୁଷ୍କରା
୨୦୨୨ସ୍ପଟ୍ ବୟ

ଆଧାର[ସମ୍ପାଦନା | ଉତ୍ସ ସମ୍ପାଦନା]

  1. ↑ ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡ ଭରସା"ସମାଜ. 30 October 2017. Retrieved 30 October 2017.
  2. ↑ ଏହି ଯାଏ ଉପରକୁ ଯାଆନ୍ତୁ:"ବର୍ଷେ ପରେ ପୁଣି ବଡ଼ ପରଦାକୁ ଫେରିଥିବା ହେତୁ ମନରେ କିଛିଟା ଡ଼ରଥିଲା :ସୁପ୍ରିୟା"sambad.in. 19 January 2018. Retrieved 6 February 2018.
  3.  "ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!"sambad.in. 10 January 2018. Retrieved 1 February 2018.
  4.  "ODIA NEW UPCOMING MOVIE – LOVE PAIN KUCH V KAREGA Babusan and Niharika". ମୋ ଓଡ଼ିଶା. Retrieved 4 September 2016.
  5.  "ଧ୍ୟାନ କରେ, ଦୌଡ଼େ, କ୍ଷୀର ପିଏ: ସୁପ୍ରିୟା"sambad.in. 30 January 2018. Retrieved 6 February 2018.
  6.  "Siddhant Mohapatra makes small screen debut with 'Kemiti Kahibi Kaha'"Odisha News In English (in English). Bhubaneswar. 25 January 2021. Archived from the original on 3 July 2022. Retrieved 3 July 2022.
  7.  "Siddhant Mahapatra acts in television serial after two decades - Times of India"The Times of India (in ଇଂରାଜୀ). Retrieved 2022-07-03.
  8.  "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ"ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.

ବାହାର ଆଧାର[ସମ୍ପାଦନା | ଉତ୍ସ ସମ୍ପାଦନା]