କାବ୍ୟା କିରଣ

କାବ୍ୟା କିରଣ
Kavya Kiran - Odia Film Actress
ଜନ୍ମ ଓ ଜନ୍ମସ୍ଥାନ
ଜୀବିକା
୭ ଅକ୍ଟୋବର ୧୯୯୪
(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୩ରୁ - ଏବେଯାଏଁ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

କାବ୍ୟା କିରଣ (Kavya Keeran) ଜଣେ ଓଡ଼ିଆ ଅଭିନେତ୍ରୀ । ୨୦୧୩ ମସିହାରେ ସେ ପ୍ରଥମ ଓଡ଼ିଆ ୩ଡି କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାରେ ତାଙ୍କୁ ଓଡ଼ିଆ କଥାଚିତ୍ର ଖୁସି ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲେ ।

ଅଭିନୟ ଜୀବନ

କାବ୍ୟା ସ୍କୁଲ୍‌ ପଢ଼ା ସମୟରୁ ଏକାଧିକ ମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। କ୍ରମେ ନୃତ୍ୟ-ଅଭିନୟ ଦୁନିଆ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ଏବଂ ସେ ଶାସ୍ତ୍ରୀୟ ନୃତ୍ୟରେ ପ୍ରଶିକ୍ଷିତା । ୨୦୧୩ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା କାଉଁରୀ କନ୍ୟା । ପରବର୍ତ୍ତୀ ସମୟରେ ସେ ମୁମ୍ବାଇ ଚାଲିଯାଇଥିଲେ ଏବଂ ରଂଗ-ଏ-ଇସ୍କ୍‌ ଓ ରାମ ରତନ ଭଳି ଦୁଇଟି ହିନ୍ଦୀ କଥାଚିତ୍ରରେ କାର୍ଯ୍ୟ କରିଥିଲେ । ସେ ଟି-ସିରିଜ୍‌ ଓ ଟାଇମ୍‌ସ ଗ୍ରୁପ୍‌ର ମିଳିତ ପ୍ରଯୋଜନା ପ୍ରସ୍ତୁତ ହେଉଥିବା ମ୍ୟୁଜିକ୍ ଭିଡିଓରେ କାବ୍ୟା ଅଭିନୟ କରିଛନ୍ତି ।

୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ରହସ୍ୟରେ ଏବଂ ୨୦୧୯ ମସିହାରେ ଖୁସିରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ସହିଦ୍ ରଘୁ ସର୍ଦ୍ଦାର ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

ବର୍ଷକଥାଚିତ୍ରଭାଷାଭୂମିକାମନ୍ତବ୍ୟ
୨୦୧୩କାଉଁରୀ କନ୍ୟାଓଡ଼ିଆଅନୁସୟାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୫ରଂଗ-ଏ-ଇସ୍କ୍ହିନ୍ଦୀପ୍ରଥମ ହିନ୍ଦୀ କଥାଚିତ୍ର
୨୦୧୭ରାମ ରତନହିନ୍ଦୀସୁଇଟି
୨୦୧୮ରହସ୍ୟଓଡ଼ିଆଇନ୍ଦୁମତି/ଶ୍ରୁତିଦ୍ୱେତ ଭୂମିକରେ ଅଭିନୟ
୨୦୧୯ଖୁସିଓଡ଼ିଆ
୨୦୨୧ସହିଦ୍ ରଘୁ ସର୍ଦ୍ଦାରଓଡ଼ିଆରଘୁ ସର୍ଦ୍ଦାରଙ୍କ ପତ୍ନୀ

ପୁରସ୍କାର

  • ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୧୯): ଶ୍ରେଷ୍ଠ ଅଭିନେତ୍ରୀ (ଖୁସି)

ଆଧାର

  1. ↑ ଏହି ଯାଏ ଉପରକୁ ଯାଆନ୍ତୁ:"୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad"ସମ୍ବାଦ (in ଭୁବନେଶ୍ୱର). sambad.in. 5 November 2021. Archived from the original on 5 November 2021. Retrieved 5 November 2021.
  2.  "ପୁଣିଥରେ ଓଲିଉଡରେ କମାଲ କରିବେ ସୁନ୍ଦରୀ କାବ୍ୟା କିରଣ , ଏହି ଫିଲ୍ମରେ ଆସିବେ ନଜର | Kanak Lifestyle"କନକ ନ୍ୟୁଜ୍. 2019-10-05. Archived from the original on 5 November 2021. Retrieved 2021-11-05.
  3.  "Kavya Kiran: Movies, Photos, Videos, News, Biography & Birthday | eTimes"timesofindia.indiatimes.com. Retrieved 2021-11-05.
  4.  "ଓଲିଉଡ୍‌ ଓ ବଲିଉଡ୍‌ରେ ସକ୍ରିୟ ମଡେଲ୍‌-ଅଭିନେତ୍ରୀ କାବ୍ୟା କିରଣ | Sambad"ସମ୍ବାଦ. 2019-08-23. Archived from the original on 5 November 2021. Retrieved 2021-11-05.
  5.  Panda, Apurba Ranjan. "ସତେଜ ସକାଳର ଅତିଥି ଅଭିନେତା ଦେବାଶିଷ ଓ ଅଭିନେତ୍ରୀ କାବ୍ୟା କିରଣ"ARGUS News. Archived from the original on 5 November 2021. Retrieved 2021-11-05.
  6.  "31st Odisha State Film awards and 8th State Tele awards announced: Check details here"KalingaTV (in ଇଂରାଜୀ). 2021-11-05. Retrieved 2021-11-05.

ଅଧିକ ତଥ୍ୟ