ଏଲିନା ସାମନ୍ତରାୟ

ଏଲିନା ସାମନ୍ତରାୟ
Photo Elina samantray.jpg
ଜନ୍ମ ଓ ଜନ୍ମସ୍ଥାନଜୁଲାଇ ୨୩, ୧୯୯୬
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫ରୁ-ଏବେଯାଏଁ
ଏଲିନା ସାମନ୍ତରାୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ । ଏଲିନା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ[୧] ଏବଂ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[୨]

ବ୍ୟକ୍ତିଗତ ଜୀବନ

ଏଲିନା ଏବେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନିଜର ଅଧ୍ୟୟନ ଜାରି ରଖିଛନ୍ତି । ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।[୩]

କଥାଚିତ୍ର ଜୀବନ

ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ ।[୪] ସେହି କାର୍ଯ୍ୟକ୍ରମରେ ସେ ବିଜେତା ହେଲେ ଏବଂ ତରଙ୍ଗ ଟିଭିପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।[୫][୬] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।[୭] ଏହି କଥାଚିତ୍ରଟିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।[୮]
ଏହାପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ।[୯] ନିର୍ଦ୍ଦେଶକ ସୁଶାନ୍ତ ମଣିଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୦] ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୧]
ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା ଜଗା ହାତରେ ପଘା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୨] ଏହି କଥାଚିତ୍ରରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ ।[୧୩] ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।[୧୪] ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୫]
୨୦୧୬ରେ ଏଲିନା ଅଭିନେତା ବାବୁଶାନ୍‌ଙ୍କ ସ‌ହ ଲଭ୍ ଷ୍ଟେସନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୬][୧୭] ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୧୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୧୯] ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍‌ଙ୍କ ସ‌ହ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୦] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ ।[୨୧] ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୨][୨୩]
ରଜ ସମୟରେ ଏଲିନାଙ୍କର ୨୦୧୭ର ପ୍ରଥମ ଚଳଚ୍ଚିତ୍ର ଅଭୟ ମୁକ୍ତିଲାଭ କରିଥିଲା ।[୨୪] ଏହି ଚଳଚ୍ଚିତ୍ରଟିରେ ଅନୁଭବ ମହାନ୍ତି ୨ୟଥର ପାଇଁ ଏଲିନାଙ୍କର ନାୟକ ଭାବରେ ଅଭିନୟ କରିଥିଲେ ।[୨୫]ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୬] ଏହି କଥାଚିତ୍ରଟିରେ ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ ।[୨୭]
୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୨୮] ନିର୍ଦ୍ଦେଶକ ଅବତାର ସିଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୯] ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୦]
୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାବୁଲା ବାରବୁଲାରେ ଏଲିନା ପୁଣିଥରେ ଅନୁଭବଙ୍କ ସ‌ହ ଅଭିନୟ କରିଥିଲେ ।[୩୧][୩୨][୩୩] ଏହି କଥାଚିତ୍ରରେ ସେ ଅନୁଭବଙ୍କ ସ‌ହ ୩ୟ ଥର ପାଇଁ ଅଭିନୟ କରିଥିଲେ । ଭାରତ ବାହାରେ ଏହି କଥାଚିତ୍ରଟିର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା ।[୩୪] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩୫][୩୬] ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୭][୩୮]
୨୦୧୮ ମସିହାରେ ଏଲିନା ପ୍ରଥମ ଥର ପାଇଁ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସ‌ହ ହାପି ଲକି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩୯] ଏହି କଥାଚିତ୍ରଟି ୨୦୧୮ ଜାନୁଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୪୦] କଥାଚିତ୍ରଟିରେ ଅନ୍ୟ ଏକ ଯୋଡ଼ି ସମ୍ବିତ ଆଚାର୍ଯ୍ୟ ଏବଂ ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪୧] ବବି ମିଶ୍ର, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ଅଭିନୟ କରିଥିଲେ ।[୪୨]
ଏଲିନା, ସବ୍ୟସାଚୀ ମିଶ୍ରଙ୍କ ସ‌ହ ଏକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ।[୪୩]

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୫ଇସ୍କ ତୁ ହି ତୁସିମ୍‌ରନ୍ପ୍ରଥମ ଓଡ଼ିଆ କଥାଚିତ୍ର
କେହି ନୁହେଁ କାହାର
ଜଗା ହାତରେ ପଘା
୨୦୧୬ଲଭ୍ ଷ୍ଟେସନରାଣୀ
ଝିଅଟା ବିଗିଡ଼ିଗଲା
୨୦୧୭ଅଭୟ
ମୁଁ ଖାଣ୍ଟି ଓଡ଼ିଆ ଝିଅ
କାବୁଲା ବାରବୁଲା
୨୦୧୮ହାପି ଲକିକାଜଲ

ଆଧାର

  1. ଉପରକୁ ଯାଆନ୍ତୁ "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.
  2. ଉପରକୁ ଯାଆନ୍ତୁ Jena, Manjit. "Elina Samantray Ollywood Actress Biography". Retrieved 23 July 2016.
  3. ଉପରକୁ ଯାଆନ୍ତୁ "Elina Samantray Biography". ENT DIAEY. Retrieved 10 September 2016.
  4. ଉପରକୁ ଯାଆନ୍ତୁ "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  5. ଉପରକୁ ଯାଆନ୍ତୁ Pati, Ashok. "Tarang Cine Production's first Odia film titled Ishq Tu Hi Tu going to hit theatre in January, 2015 - See more at: http://www.orissadiary.com/ShowEntertainmentNews.asp?id=55100#sthash.mxQa7qAV.dpuf". Orissa Diary. Retrieved 23 July 2016.
  6. ଉପରକୁ ଯାଆନ୍ତୁ http://odishasuntimes.com/2015/12/31/ollywood-rewind-2015/
  7. ଉପରକୁ ଯାଆନ୍ତୁ http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms
  8. ଉପରକୁ ଯାଆନ୍ତୁ "ପ୍ରଥମ ସିନେମାରେ ମୁସଲ୍‌ମାନ୍‌ ଯୁବତୀ ଭୂମିକା ନିଭାଇଛନ୍ତି ଏହି ଓଲିଉଡ୍‍ ନାୟିକା". sambad.in. 3 January 2018. Retrieved 1 February 2018.
  9. ଉପରକୁ ଯାଆନ୍ତୁ "Kehi Nuhe kahara Trailer Video Release Abhishek and Elina". ENews ଓଡ଼ିଆ. Retrieved 22 July 2016.
  10. ଉପରକୁ ଯାଆନ୍ତୁ "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
  11. ଉପରକୁ ଯାଆନ୍ତୁ "Kehi Nuhe kahara Odia Movie of AVishek, Elina". ENews ଓଡ଼ିଆ. Retrieved 22 July 2016.
  12. ଉପରକୁ ଯାଆନ୍ତୁ "Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film". odiaportal. Retrieved 10 September 2016.
  13. ଉପରକୁ ଯାଆନ୍ତୁ "ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’ର ସୁଟିଂ ଆଗେଇ ଚାଲିଛି". Odisha Reporter. 9 September 2015. Retrieved 10 September 2016.
  14. ଉପରକୁ ଯାଆନ୍ତୁ "JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG". Incredible Orissa. 15 October 2015. Retrieved 10 September 2016.
  15. ଉପରକୁ ଯାଆନ୍ତୁ "‘ଜଗା ହାତରେ ପଘା’ ସୁଟିଂ ବେଳେ ଓଡ଼ିଅା ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ". Dailyhunt. 4 October 2015. Retrieved 10 September 2016.
  16. ଉପରକୁ ଯାଆନ୍ତୁ "ଏଲିନା ଦେଇଛନ୍ତି କେବଳ ଗୋଟିଏ ବ୍ଲକ୍‌ବଷ୍ଟର୍‌ ସିନେମା!". sambad.in. 31 January 2018. Retrieved 17 February 2018.
  17. ଉପରକୁ ଯାଆନ୍ତୁ "ବାବୁସାନଙ୍କ ସିନେମା ‘ଲଭ ଷ୍ଟେସନ’ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.
  18. ଉପରକୁ ଯାଆନ୍ତୁ "ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ". Odisha News 360. 12 June 2016. Retrieved 21 August 2016.
  19. ଉପରକୁ ଯାଆନ୍ତୁ "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
  20. ଉପରକୁ ଯାଆନ୍ତୁ "Jhiata Bigidigala Odia movie of Babusan, Elina And Rudra, Jina". E News Odia. Retrieved 22 July 2016.
  21. ଉପରକୁ ଯାଆନ୍ତୁ Sahu, Prithviraj. "Shooting begins for Odia movie Jhiata Bigidigala". Update Odisha. Retrieved 22 July 2016.
  22. ଉପରକୁ ଯାଆନ୍ତୁ "Odia Film Jhiata Bigidigala Cast Crew, Songs, Video, Wallpaper". Odia Web. Retrieved 22 July 2016.
  23. ଉପରକୁ ଯାଆନ୍ତୁ "ଆଗେ ଆଗେ ଏଲିନା" (in ଓଡ଼ିଆ). ସମାଜ (ଭୁବନେଶ୍ୱର): p. 8. 3 July 2017. Archived from the original on 3 July 2017. Retrieved 23 July 2016.
  24. ଉପରକୁ ଯାଆନ୍ତୁ "କମନ୍‍ ମ୍ୟାନ୍‍ ‘ଅଭୟ’ ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍‍. 3 June 2017. Retrieved 13 July 2017.
  25. ଉପରକୁ ଯାଆନ୍ତୁ "‘ସିଷ୍ଟର ଶ୍ରୀଦେବୀ’ ଓ ‘ଅଭୟ’ ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
  26. ଉପରକୁ ଯାଆନ୍ତୁ "ଏଥର ରଜରେ ତରଙ୍ଗର ଡବଲ୍‌ ଧମାକା: ରିଲିଜ୍‌ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍‌". Daily Hunt. 10 May 2017. Retrieved 13 July 2017.
  27. ଉପରକୁ ଯାଆନ୍ତୁ "Abhay". Odia Movie Database. Retrieved 13 July 2017.
  28. ଉପରକୁ ଯାଆନ୍ତୁ "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Retrieved 28 August 2017.
  29. ଉପରକୁ ଯାଆନ୍ତୁ "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.
  30. ଉପରକୁ ଯାଆନ୍ତୁ "ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ”". E News ଓଡ଼ିଆ. 13 July 2017. Retrieved 28 August 2017.
  31. ଉପରକୁ ଯାଆନ୍ତୁ "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
  32. ଉପରକୁ ଯାଆନ୍ତୁ "Some exciting facts about cast & crew of Kabula Barabula Odia film". ApnaFilms.com. 13 August 2017. Retrieved 21 September 2017.
  33. ଉପରକୁ ଯାଆନ୍ତୁ "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Retrieved 21 September 2017.
  34. ଉପରକୁ ଯାଆନ୍ତୁ "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ ‘କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା’ ଟିମ୍‌ !". ସମ୍ୱାଦ. 13 August 2017. Retrieved 21 September 2017.
  35. ଉପରକୁ ଯାଆନ୍ତୁ "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  36. ଉପରକୁ ଯାଆନ୍ତୁ "ବାବୁସାନ୍‌ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Retrieved 21 September 2017.
  37. ଉପରକୁ ଯାଆନ୍ତୁ Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
  38. ଉପରକୁ ଯାଆନ୍ତୁ "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.
  39. ଉପରକୁ ଯାଆନ୍ତୁ "ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.
  40. ଉପରକୁ ଯାଆନ୍ତୁ "ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.
  41. ଉପରକୁ ଯାଆନ୍ତୁ "ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 1 February 2018.
  42. ଉପରକୁ ଯାଆନ୍ତୁ "ହାପି ଲକି". ସମାଜ. 21 January 2018. Retrieved 24 January 2018.
  43. ଉପରକୁ ଯାଆନ୍ତୁ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.

ଅଧିକ ତଥ୍ୟ

  • ଏଲିନା ସାମନ୍ତରାୟ (ଇଣ୍ଟରନେଟ ମୁଭି ଡାଟାବେସରେ)