ବବ୍‌ଲି

ଅଭିପ୍ସା ପଣ୍ଡା
Related image
ଜନ୍ମ ଓ ଜନ୍ମସ୍ଥାନବାର୍ବି
ଫେବୃଆରୀ ୮, ୧୯୯୫ (୨୩ ବର୍ଷ)
ଓଡ଼ିଶା, ଭାରତ
ଜୀବିକାଅଭିନେତ୍ରୀ (ଓଡ଼ିଆ)
କାର୍ଯ୍ୟକାଳ୨୦୦୯ରୁ-ଏବେଯାଏଁ
ଜୀବନସାଥିରାଜେଶ ମଲ୍ଲିକ (୨୦୧୫- ଏବେଯାଏଁ)
ଅଭିପ୍ସା ପଣ୍ଡା (ଜନ୍ମ: ୮ ଫେବୃଆରୀ ୧୯୯୫) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳେ ସେ ଓଡ଼ିଆ ଆଲବମ୍‌ରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୯ରେ ଓଡ଼ିଆ କଥାଚିତ୍ର କେଉଁ ଦୁନିଆରୁ ଆସିଲ ବନ୍ଧୁ କଥାଚିତ୍ରରେ ଏକ ସ‌ହକାରୀ ଭୂମିକାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । । ୨୦୧୦ରେ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ବବ୍‌ଲି ନାୟିକା ଭାବରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଅଭିପ୍ସାଙ୍କ ଜନ୍ମ ମୟୂରଭଞ୍ଜର ବାରିପଦାରେ ଫେବୃୟାରୀ ୮ରେ ହୋଇଥିଲା । ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । ଘରେ ସାନ ଥିବାରୁ ତାଙ୍କ ନାମ ତାଙ୍କ ମାଆ ପ୍ରଥମେ ବାର୍ବି ରଖିଥିଲେ ହେଲେ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କଦ୍ୱାରା ଏହି ନାମ ପରିବର୍ତ୍ତୀତ ହୋଇ ବବ୍‌ଲିରେ ପରିଣତ ହୋଇଥିଲା ।[୩] ନିଜର ମାଆଙ୍କୁ ନିଜର ଆଦର୍ଶ ଓ ପ୍ରେରଣା ଭାବେ ମାନୁଥିବା ବବ୍‌ଲି ଛୋଟବେଳୁ ନୃତ୍ୟପ୍ରତି ଆକର୍ଷିତ ଥିଲେ । ୨୦୧୧ମସିହାରେ ବବ୍‌ଲି ବାରିପଦାର ଏମ୍.କେ.ସି ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ । ଏହାପରେ ସେ ୨୦୧୩ରେ ସେ ବାରିପଦାର ଏମ୍.ପି.ସେ ଜୁନିଅର କଲେଜରୁ ଦ୍ୱାଦଶ ପାସ୍ କରିଥିଲେ ।
କଥାଚିତ୍ର ଜଗତରେ ପାଦ ଦେବା ପରେ ସେ ୨୦୧୫ରେ କଥାଚିତ୍ର ପ୍ରଯୋଜକ ରାଜେଶ ମଲ୍ଲିକଙ୍କୁ ବିବାହ କରିଥିଲେ ।

କଥାଚିତ୍ର ଜୀବନ

ବବ୍‌ଲି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଓଡ଼ିଆ ଆଲବମ୍ ନିର୍ଦେଶକଙ୍କ କଥାରେ ଆଲବମ୍ ଜଗତରେ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ଓଡ଼ିଆ ଅଲବମ୍ 'ସାଧବ ବୋହୁ' ସବୁ ଓଡ଼ିଆଙ୍କ ପାଖରେ ବେଶ୍ ଆଦୃତ ହୋଇଥିଲା ।
୨୦୦୯ ମସିହାରେ ତାଙ୍କୁ କେଉଁ ଦୁନିଆରୁ ଆସିଲ ବନ୍ଧୁ ଚଳଚ୍ଚିତ୍ରରେ ଏକ ସ‌ହକାରୀ ଭୂମିକା ମିଳିଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଅଭିନୟ କରିଥିଲେ । ବବ୍‌ଲି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବନ୍ଧୁ ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୦ରେ ବବ୍‌ଲି ନାୟକ ସବ୍ୟସାଚୀ ମିଶ୍ରଙ୍କ ସ‌ହ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ହିନ୍ଦୀ ତ‌ଥା ଦକ୍ଷିଣ ଭାରତର ପ୍ରତିଷ୍ଠିତ ଅଭିନେତା ମୁକେଶ ଋଷି ଅଭିନୟ କରିଥିଲେ । ବବି ମିଶ୍ର, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ମିହିର ଦାସ, ଗ୍ଲୋରିଆ ମହାନ୍ତି, ପ୍ରିୟଙ୍କା, ବିଜୟ ମହାନ୍ତି, ହରିହର ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୧ ମସିହାରେ ବବ୍‌ଲି ଓଡ଼ିଆ କଥାଚିତ୍ର ଆଇନ କାନୁନରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟକ ଭାବରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର । ମିହିର ଦାସ, ସମରେଶ ରାଉତରାୟ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୨ରେ ସେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଲିପି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବବ୍‌ଲି ଜଣେ ସ‌ହକାରୀ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, ସମ୍ୱିତ ଆଚାର୍ଯ୍ୟ, ଦିପନ୍, ଅପରାଜିତା ମହାନ୍ତି, ବିଜୟ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ୨୦୧୫ରେ ବବ୍‌ଲି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଯୋଜିତ କଥାଚିତ୍ର ଅ ଆ ହର୍ଷେଇରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଶ୍ରୀଜଳା ମଧ୍ୟ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଅର୍ଦ୍ଧେନ୍ଦୁ, ପ୍ରିତୀରାଜ ସତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୫ରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ଗଳ୍ପ ନୁହେଁ ଅଳ୍ପ ଦିନରରେ ବବ୍‌ଲି ଜଣେ ଖଳନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଲିପି, ଜିନା ସାମଲ, ଅଜିତ ଦାସ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଅଭିନୟ କରିଥିଲେ ।
ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ଟିକେ ଅନାଡି ପୁରା ଖିଲାଡିରେ ବବ୍‌ଲି ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଲୋକନାଥ ବାରିକ ଏବଂ ପ୍ରଯୋଜନା କରିଥିଲେ ରବିନ୍‌ ନନ୍ଦ । କାହଣୀ ଅନୁସାରେ ଏହି ଚଳଚ୍ଚିତ୍ରର ନାୟିକା ଡ. ଶାଲିନୀ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଅନ୍ତି ଏବଂ ତାଙ୍କ ପ୍ରେମରେ ଜଣେ ଖଳନାୟକଙ୍କୁ ମଧ୍ୟ ଦେଖାଯାଇଛି । ଏହି କଥାଚିତ୍ରଟିରେ ବବ୍‌ଲିଙ୍କ ସ‌ହ ନାୟକ କରଣ, ରବିନ୍ ନନ୍ଦ ଆଦି ଅଭିନୟ କରିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୦୯କେଉଁ ଦୁନିଆରୁ ଆସିଲ ବନ୍ଧୁସଞ୍ଜୟ ନାୟକପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ
୨୦୧୦ଆଖି ପଲକରେ ତୁରବିନ୍ଦ୍ର ପ୍ରଧାନମାମାନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ
୨୦୧୧ଆଇନ କାନୁନଏସ୍ ଶଙ୍କର
୨୦୧୨ବ୍ୟାଡ଼୍ ଗାର୍ଲଜୟ ପ୍ରକାଶ ମହାନ୍ତିପ୍ରଗଳ୍ଭା
୨୦୧୫ଅ ଆ ହର୍ଷେଇଏନ୍. ପାଢ଼ୀ
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନରରିତେଶ ନାୟକଖଳନାୟିକା
୨୦୧୭ଟିକେ ଅନାଡି ପୁରା ଖିଲାଡିଲୋକନାଥ ବାରିକଡ. ଶାଲିନୀମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ କଥାଚିତ୍ର

ଆଧାର

  1. ଉପରକୁ ଯାଆନ୍ତୁ"Babli". Incredible Orissa. Retrieved 20 July 2016.
  2. ଉପରକୁ ଯାଆନ୍ତୁ"ODIA FILM ACTRESS BABLI". click2odisha.com(ଆମ ଓଡ଼ିଶା ବିଷୟରେ). Retrieved 20 July 2016.
  3. ଉପରକୁ ଯାଆନ୍ତୁ"Intervew with Odia Actress Babli". OdiaSantaBanta.in. Retrieved 20 July 2016.
  4. ଉପରକୁ ଯାଆନ୍ତୁ"Odia actress Babli marrige photo". Retrieved 20 July 2016.
  5. ଉପରକୁ ଯାଆନ୍ତୁ"Ollywood Celebrity Abhipsa Panda Biography". Ollywood24.com. Retrieved 20 July 2016.
  6. ଉପରକୁ ଯାଆନ୍ତୁPalit, Ashok. "Bubbly Tanmaya starrer Aain Kanoon is set to go on theatre soon". OrissaDiary.com. Retrieved 20 July 2016.
  7. ଉପରକୁ ଯାଆନ୍ତୁ"ବଡ଼ ପରଦାକୁ ଫେରୁଛନ୍ତି ବବଲି!". sambad.in. 8 October 2017. Retrieved 11 October 2017.