ଶିବାନୀ ସଙ୍ଗୀତା

ଶିବାନୀ ସଙ୍ଗୀତା
Image result for shivani sangita odia actress
ଜନ୍ମ ଓ ଜନ୍ମସ୍ଥାନଶିବାନୀ ସଙ୍ଗୀତା
ଭୁବନେଶ୍ୱରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳଶିଶୁ କଳାକାର
୨୦୧୭ରୁ-ଏବେଯାଏଁ
ଶିବାନୀ ସଙ୍ଗୀତା, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ଶିବାନୀ ଉତ୍ତରଦାୟୀ ଧାରାବାହିକ ଜରିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ମିତରେ ମିତ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନ ନାୟକଙ୍କ ସ‌ହ ସିଷ୍ଟର ଶ୍ରୀଦେବୀଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

ଶିବାନୀ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ ଉତ୍ତରଦାୟୀରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦେବୀରେ ଅଭିନୟ କରିଥିଲେ । ଦେବୀ ଧାରାବାହିକରେ ସେ ନାୟିକାଙ୍କର ଛୋଟବେଳର ଭୂମିକାରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ ଥିଲା ବଧୂ । ଏହି ଧାରାବାହିକଟି ସାର୍ଥକ ଟିଭିରେ ପ୍ରସାରିତ ହେଉଥିଲା । ବଧୂରେ ଶିବାନୀ ଅଭିନେତା ସୁକାନ୍ତ ରଥଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ିଦେଇଥିଲେ ।
ଶିବାନୀ ୨୦୦୯ରେ ଓଡ଼ିଆ କଥାଚିତ୍ର ମିତରେ ମିତ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ପହିଲି ରଜଗୁଡ୍ ବୟମିତ ବସିଛି ମୁଁ ଭୂତ ସାଥିରେଲେଖୁଲେଖୁ ଲେଖିଦେଲି ଆଦି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ନାୟିକା

ଶିବାନୀ ୨୦୧୭ ମସିହାରେ ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୭ ରଜ ସମୟରେ ମୁକ୍ତିଲାଭା କରିଥିବା ଓଡ଼ିଆ କଥାଚିତ୍ର ସିଷ୍ଟର ଶ୍ରୀଦେବୀରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଶିବାନୀଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସଅପରାଜିତା ମହାନ୍ତିସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୮ ମସିହା ରଜ ସମୟରେ ଶିବାନୀ ଅଭିନେତା ଅନୁଭବ ମହାନ୍ତିଙ୍କ ସ‌ହ ଓଡ଼ିଆ କଥାଚିତ୍ର ପ୍ରେମ୍ କୁମାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।

ଅଭିନୀତ କଥାଚିତ୍ର

ଶିଶୁ କଳାକାର

ଦୂରଦର୍ଶନ

  • ଉତ୍ତରଦାୟୀ
  • ଦେବୀ
  • ବଧୂ

ଚଳଚ୍ଚିତ୍ର

  • ମିତରେ ମିତ
  • ପହିଲି ରଜ
  • ଗୁଡ୍ ବୟ
  • ମିତ ବସିଛି ମୁଁ ଭୂତ ସାଥିରେ
  • ଲେଖୁଲେଖୁ ଲେଖିଦେଲି

ନାୟିକା

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୭ସିଷ୍ଟର ଶ୍ରୀଦେବୀନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ପ୍ରେମ୍ କୁମାର

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଶିଶୁ କଳାକାରରୁ ନାୟିକା". ତରଙ୍ଗ. 23 August 2017. 
  2. ଏହି ଯାଏ ଉପରକୁ ଯାଆନ୍ତୁ:"ପରଦାକୁ ଆସିଲା ‘ସିଷ୍ଟର ଶ୍ରୀଦେବୀ’,ଡବଲ ରୋଲରେ କମାଲ କରୁଛନ୍ତି ବାବୁସାନ୍‌". Odisha Reporters. 9 June 2017. Retrieved 15 July 2017.
  3. ଉପରକୁ ଯାଆନ୍ତୁ"ପରଦାକୁ ଆସିଲା ଅଭୟ ଓ ସିଷ୍ଟର ଶ୍ରୀଦେବୀ". ସମ୍ବାଦ. 16 Junw 2017. Retrieved 15 July 2017.
  4. ଉପରକୁ ଯାଆନ୍ତୁ"ଆଜି ଶୁଭମୁକ୍ତି : ‘ସିଷ୍ଟର ଶ୍ରୀଦେବୀ’". Odisha Reporters. 9 June 2017. Retrieved 15 July 2017.
  5. ଏହି ଯାଏ ଉପରକୁ ଯାଆନ୍ତୁ:"ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.