ସଂଗ୍ରାମ ବିଶ୍ୱାଳ

ସଂଗ୍ରାମ ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶାଭାରତ
ଜୀବିକାଚଳଚ୍ଚିତ୍ର ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୯୪-ଏବେଯାଏଁ
ସନ୍ତାନସାଜନ୍ ବିଶ୍ୱାଳ
ସଂଗ୍ରାମ ବିଶ୍ୱାଳ ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ପରିବାର

ସଂଗ୍ରାମ ବିଶ୍ୱାଳଙ୍କର ପୁଅ ସାଜନ୍ ବିଶ୍ୱାଳ ମୁ୍କ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ।

ନିର୍ଦ୍ଦେଶକ

ସଂଗ୍ରାମ ବିଶ୍ୱାଳ ୧୯୯୧ ମସିହାରେ ଓଡ଼ିଆ କଥାଚିତ୍ର ବସ୍ତ୍ର ହରଣରେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୪ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ ପ୍ରବେଶ କରିଥିଲେ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ନିର୍ଦ୍ଦେଶିତ କଥାଚିତ୍ର

  • ରଖିଲେ ଶିବ ମାରିବ କିଏ
  • ସକଳ ତୀର୍ଥ ତୋ ଚରଣେ
  • ରାକ୍ଷୀ ଭିଜିଗଲା ଆଖି ଲୁହରେ
  • ରାମ ଲକ୍ଷ୍ମଣ
  • ମହାସଂଗ୍ରାମ
  • ଧର୍ମନିକିତି
  • ବିଧାତା
  • ତୋ’ ଆଖି ମୋ ଆଇନା
  • ଆଇ ଲଭ୍ ମାଇଁ ଇଣ୍ଡିଆ
  • ଲାଲ ଟୁକୁ ଟୁକୁ ସାଧବ ବୋହୂ

ଅଭିନୀତ କଥାଚିତ୍ର

  • ବସ୍ତ୍ର ହରଣ
  • ପ୍ରେମ ଅଢ଼େଇ ଅକ୍ଷର

ଆଧାର

  1. ଉପରକୁ ଯାଆନ୍ତୁ "ହୋ ଭାଷାର ପ୍ରଥମ ସିନେମାରେ ଏହି ଓଲିଉଡ ନାୟକ". sambad.in. 12 February 2018. Retrieved 17 February 2018.
  2. ↑ ଏହି ଯାଏ ଉପରକୁ ଯାଆନ୍ତୁ:୨.୦ ୨.୧ "ପରଦା ଉପରେ ଏହି ଓଲିଉଡ ନିର୍ଦ୍ଦେଶକ". sambad.in. 3 March 2018. Retrieved 5 March 2018.
  3. ଉପରକୁ ଯାଆନ୍ତୁ "ଓଲିଉଡର ନୂଆ ନାୟକ ସାଜନ୍‌ ହେଉଛନ୍ତି ଏହି ନିର୍ଦ୍ଦେଶକଙ୍କ ପୁଅ". sambad.in. 18 January 2018. Retrieved 1 February 2018.

ବାହାର ଆଧାର