ସସ୍ମିତା ପିୟାଲି ସାହୁ

ସସ୍ମିତା ପିୟାଲି ସାହୁ
Image result for sasmita piyali sahoo
ଜନ୍ମ ଓ ଜନ୍ମସ୍ଥାନସସ୍ମିତା ସାହୁ
ଜୁନ୍ ୧୭
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୮ରୁ-ଏବେଯାଏଁ
ସସ୍ମିତା ପିୟାଲି ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୮ରେ ଓଡ଼ିଆ କଥାଚିତ୍ର ହାପି ଲକି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୩ୟ ସଂସ୍କରଣର ବିଜୟୀ ହୋଇଥିଲେ ସସ୍ମିତା ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସୁଯୋଗ ମିଳିଥିଲା ।

ପ୍ରାରମ୍ଭିକ ଜୀବନ

ସସ୍ମିତା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ୟୁନିଟ୍-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପଢ଼ିଥିଲେ ।

ଅଭିନୟ ଜୀବନ

ସସ୍ମିତା ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍‌ର ୩ୟ ସଂସ୍କରଣରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ବିଜୟୀ ହୋଇଥିଲେ ।ଏହାପରେ ତରଙ୍ଗ ସିନେ ପ୍ରଡ଼କ୍ସନର ଚଳଚ୍ଚିତ୍ରରେ ତାଙ୍କୁ ନାୟିକା ଭାବରେ ନିଆଯାଇଥିଲା । ୨୦୧୮ ମସିହାରେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।
୨୦୧୮ ଜାନୁଆରୀ ମାସରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ହାପି ଲକି ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସସ୍ମିତାଙ୍କ ସ‌ହ ନାୟକ ଭାବରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ । ଚଳଚ୍ଚିତ୍ରଟିରେ ଜ୍ୟୋତି ରଞ୍ଜନ ନାୟକ ଏବଂ ଏଲିନା ସାମନ୍ତରାୟ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ବବି ମିଶ୍ରମିହିର ଦାସପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୮ହାପି ଲକିକୋଏଲପ୍ରଥମ ଓଡ଼ିଆ କଥାଚିତ୍ର

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 1 February 2018.
  2. ଉପରକୁ ଯାଆନ୍ତୁ"ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"ସାବାସ୍ ସସ୍ମିତା". ସମାଜ. 4 February 2018. Retrieved 7 February 2018.
  5. ଉପରକୁ ଯାଆନ୍ତୁ"Sambit to share screen with Sasmita in upcoming Odia film Happy Lucky". Update Odisha. 9 December 2017. Retrieved 4 March 2018.
  6. ଉପରକୁ ଯାଆନ୍ତୁ"ଆଜି ରିଲିଜ୍‌ : ‘ହାପି ଲକି’". sambad.in. 21 January 2018. Retrieved 1 February 2018.
  7. ଉପରକୁ ଯାଆନ୍ତୁ"ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.
  8. ଉପରକୁ ଯାଆନ୍ତୁ"ହାପି ଲକି". ସମାଜ. 21 January 2018. Retrieved 24 January 2018.
  9. ଉପରକୁ ଯାଆନ୍ତୁ"Happy Lucky Odia Film Of Sambit, Elina, Jyoti Ranjan And Sasmita Cast, Crew". Odiainfo.in. Retrieved 4 March 2018.