ନିକିତା ମିଶ୍ର

ନିକିତା ମିଶ୍ର
Image result for nikita mishra odia heroine
ଜନ୍ମ ଓ ଜନ୍ମସ୍ଥାନନିକିତା ମିଶ୍ର
କଟକଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳଶିଶୁ କଳାକାର, ୨୦୧୮ରୁ-ଏବେଯାଏଁ
ବାପା ମାତରୁଣ ମିଶ୍ର (ବାପା)
ନିକିତା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଜଗତରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।ନିକିତା ଅନ୍ନପୂର୍ଣ୍ଣ ଥିଏଟରରେ ମଧ୍ୟ ଦୁଇ ବର୍ଷ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ନିକିତା ମିଶ୍ର ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଅଭିନୟ ସ‌ହ ଛୋଟବେଳୁ ନୃତ୍ୟରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ତାଙ୍କ ପିତା ତରୁଣ ମିଶ୍ର ଏବଂ ମାତା ହିଁ ତାଙ୍କୁ ଅଭିନୟ ପାଇଁ ପ୍ରେରଣା ଦେଇଥିଲେ । ସେ ଏବେ କଟକର ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ +୩ ପଢ଼ୁଛନ୍ତି ।

ଅଭିନୟ ଜୀବନ

ଶିଶୁ କଳାକାର

ନିକିତା ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୦୭ରେ ସମୟ ହାତରେ ଡୋରି ଜରିଆରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନେଇ ନେଇଯା'ରେ ମେଘ ମତେତୁ ଥିଲେ ମୋ ଡର କାହାକୁପ୍ରେମ୍ ୱେଡ୍ସ ପ୍ରିୟାମୁଁ ଆଶିକ୍ ମୁଁ ଆୱାରାଟାର୍ଗେଟ୍ ଆଦି କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।
ଓଡ଼ିଆ କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ବସୁନ୍ଧରା, ଧର୍ମାତ୍ମା, ଦେବୀ, କା, ଶ୍ରୀ ଜଗନ୍ନାଥ ଆଦି ଧାରାବାହିକରେ ସେ ଜଣେ ଶିଶୁ କଳାକାର ଭାବରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । କଥାଚିତ୍ର ଏବଂ ଦୂରଦର୍ଶନ ବ୍ୟତୀତ ନିକିତା ଅନ୍ନପୂର୍ଣ୍ଣା ଥିଏଟରରେ ମଧ୍ୟ ଦୁଇ ବର୍ଷ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ନାୟିକ

ନିକିତା ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଯୋଗୀ ଜରିଆରେ ୨୦୧୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ନିକିତାଙ୍କ ସ‌ହ ଏହି କଥାଚିତ୍ରଟିରେ ନାୟକ ଭାବରେ ଅଭିନୟ କରିଥିଲେ ଆର୍ଯ୍ୟନ ଦାଶ । ଅନେକ ବଡ଼ ବଡ଼ ଚଳଚ୍ଚିତ୍ର କଳାକର ଏବଂ ଯାତ୍ର କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ଶିଶୁ କଳାକାର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୭ସମୟ ହାତରେ ଡୋରି
୨୦୦୮ନେଇଯା'ରେ ମେଘ ମତେ
୨୦୧୦ତୁ ଥିଲେ ମୋ ଡର କାହାକୁ
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟା
୨୦୧୩ମୁଁ ଆଶିକ୍ ମୁଁ ଆୱାରା
୨୦୧୩ଟାର୍ଗେଟ୍

ନାୟିକ

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୮ଯୋଗୀନିରଞ୍ଜନ ବେହେରାନିକିମୁଖ୍ୟ ଭୂମିକାରେ ପ୍ରଥମ ଓଡ଼ିଆ କଥାଚିତ୍ର

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ବସୁନ୍ଧରା
ଧର୍ମାତ୍ମା
ଦେବୀତରଙ୍ଗ ଟିଭି
କାତରଙ୍ଗ ଟିଭି
ଶ୍ରୀ ଜଗନ୍ନାଥତରଙ୍ଗ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ"ଅଣ ଓଡ଼ିଆ ନାୟିକାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଆମ ଏହି ଓଡ଼ିଆ ନାୟିକାମାନେ !". sambad.in. 16 October 2017. Retrieved 18 February 2018.
  2. ଉପରକୁ ଯାଆନ୍ତୁ"ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି". sambad.in. 3 March 2018. Retrieved 5 March 2018.
  3. ଉପରକୁ ଯାଆନ୍ତୁ"ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ". sambad.in. 23 November 2017. Retrieved 18 February 2018.
  4. ଏହି ଯାଏ ଉପରକୁ ଯାଆନ୍ତୁ:"ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.
  5. ଏହି ଯାଏ ଉପରକୁ ଯାଆନ୍ତୁ:"ଶିଶୁ କଳାକାରରୁ ନାୟିକା ହୋଇଥିବା‘ଯୋଗୀ’ର ନିକିତାଙ୍କୁ ଜାଣନ୍ତୁ !". sambad.in. 29 October 2017. Retrieved 18 February 2018.
  6. ଉପରକୁ ଯାଆନ୍ତୁ"ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.
  7. ଉପରକୁ ଯାଆନ୍ତୁ"ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.
  8. ଉପରକୁ ଯାଆନ୍ତୁ"ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି". sambad.in. 28 December 2017. Retrieved 1 February 2018.