ପୁନମ ମିଶ୍ର

ପୁନମ ମିଶ୍ର
Image result for nikita mishra odia heroine
ଜନ୍ମ ଓ ଜନ୍ମସ୍ଥାନପୁନମ ମିଶ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୧ରୁ-ଏବେଯାଏଁ[୧]
ପୁନମ ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।ଏହାପରେ ସେ ଲଭ୍ ମାଷ୍ଟରରକ୍‌ଷ୍ଟାର୍ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ପୁନମ ମିଶ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହାପରେ ସେ ବାବୁଶାନ୍‌ଙ୍କ ସ‌ହ ଲଭ୍ ମାଷ୍ଟର, ବୁଲୁଙ୍କ ସ‌ହ ରକ୍‌ଷ୍ଟାର୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୮ରେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଫେସ୍‌ବୁକ୍‌ ମୁକ୍ତିଲାଭ କରିବାର ଅଛି । ଏହି କଥାଚିତ୍ରରେ ପୁନମ ପୁଣିଥରେ ବୁଲୁଙ୍କ ସ‌ହ ଅଭିନୟ କରୁଛନ୍ତି ।
ସେ ଦୂରଦର୍ଶନରେ ତଅପୋଇ ଧାରାବାହିକରେ ତଅପୋଇ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୧ବାଇଶି ପାହାଚେ ଖେଳିବ ମୀନପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୨ଲଭ୍ ମାଷ୍ଟରଲଗ୍ନା
୨୦୧୫ରକ୍‌ଷ୍ଟାର୍

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ତଅପୋଇତଅପୋଇ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଦୁଇ ବର୍ଷ ହେଲା ବଡ଼ ପରଦାରେ ଦେଖା ଦେଇନାହାନ୍ତି ଏହି ଓଲିଉଡ ନାୟିକା". sambad.in. 30 November 2017. Retrieved 14 February 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଏ ବର୍ଷ ଆସିବେ ବୁଲୁ-ପୁନମ୍‌". samba.in. 7 January 2018. Retrieved 14 February 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ଏ ବର୍ଷ ଓଲିଡଡ୍‌ ରିଲିଜରେ ଅନୁପସ୍ଥିତ ନାୟିକା !". sambad.in. 27 December 2017. Retrieved 14 February 2018.
  4. ଏହି ଯାଏ ଉପରକୁ ଯାଆନ୍ତୁ:"ଅଧାରେ ଅଟକିଛି ଏହି ଚୁଲୁବୁଲି ନାୟିକାଙ୍କ ଓଡ଼ିଆ ସିନେମା". sambad.in. 18 March 2018. Retrieved 21 March 2018.

ବାହାର ଆଧାର