ସମ୍ଭାବନା ମହାନ୍ତି

ସମ୍ଭାବନା ମହାନ୍ତି
Related image
ଜନ୍ମ ଓ ଜନ୍ମସ୍ଥାନସମ୍ଭାବନା ମହାନ୍ତି
କଟକଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୩ରୁ-ଏବେଯାଏଁ
ବାପା ମାଜୟପ୍ରକାଶ ମହାନ୍ତି (ବାପା)
ସ୍ନିଗ୍ଧା ମହାନ୍ତି (ମାଆ)
ସମ୍ଭାବନା ମହାନ୍ତି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କର ଝିଅ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ମୁଁ ରାଜା ତୁ ରାଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।ଏହାପରେ ସେ ପାଠପଢ଼ା କାରଣରୁ ଅଭିନୟରୁ ଦୂରେଇ ଯାଇଥିଲେ । କିନ୍ତୁ ହାଇଦ୍ରାବାଦରୁ ତାଙ୍କର ସ୍ନାତକୋତ୍ତର ଶେଷ କରି ଓଡ଼ିଶା ଆସିବା ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୩ୟ ସଂସ୍କରଣରେ ବିଚାରିକା ଭାବରେ କାମ କରିଥିଲେ । ଏହାରେ ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ରେ ମଧ୍ୟ ମେଣ୍ଟର ଭାବରେ କାମ କରିଥିଲେ ।

ପ୍ରାରମ୍ଭିକ ଜୀବନ

ସମ୍ଭାବନା ମହାନ୍ତି କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ସ୍ନିଗ୍ଧା ମହାନ୍ତି ଜଣେ ସୁନାମଧନ୍ୟା ଓଡ଼ିଆ କଥାଚିତ୍ର ତ‌ଥା ଦୂରଦର୍ଶନ ଅଭିନେତ୍ରୀ । ସେ ୨୦୦୯ରେ କଟକର କନ୍‌ଭେଣ୍ଟ ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିଥିଲେ । ଏହାପରେ ସେ କଟକର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ +୨ ବିଜ୍ଞାନ ପାଠପଢ଼ା ଶେଷ କରିଥିଲେ । ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସାମାଜିକ ବିଜ୍ଞାନରେ ସ୍ନାତକ ଶେଷ କରିବାପରେ ହାଇଦ୍ରାବାଦ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରରେ ସ୍ନାତକତ୍ତୋର ଶେଷ କରିଥିଲେ । ଏହାପରେ ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ଏମ୍. ଫିଲ୍ ଶେଷ କରିଥିଲେ ।

ଅଭିନୟ ଜୀବନ

ସମ୍ଭାବନା ୨୦୧୩ ମସିହାରେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମୁଁ ରାଜା ତୁ ରାଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ । ଏହି କଥାଚିତ୍ର ପାଇଁ ସେ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଏହାପରେ ସେ ଅଭିନୟ ଜଗତରୁ ଦୂରେଇଯାଇ ତାଙ୍କ ପାଠପଢ଼ାରେ ଧ୍ୟାନ ଦେଇଥିଲେ ।
ହାଇଦ୍ରାବାଦରୁ ସେ ତାଙ୍କର ସ୍ନାତକୋତ୍ତର ପାଠ ଶେଷ କରି ପର୍ତ୍ତାବର୍ତ୍ତନ କରିବାପରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୩ୟ ସଂସ୍କରଣରେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ରେ ମଧ୍ୟ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ ।
ସମ୍ଭାବନା ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ସ‌ହ ଏକ ଆଲବମ୍ ଭିଡ଼ିଓରେ ଅଭିନୟ କରିଥିଲେ । ଏହାର ଶୀର୍ଷକ ଥିଲା ସାଜ୍‌ନା । ଏହାପରେ ନିର୍ଦ୍ଦେଶକ କିରନ୍, ସମ୍ଭାବନା ଏବଂ ସମ୍ବିତଙ୍କୁ ନେଇ ଏକ ଓଡ଼ିଆ କଥାଚିତ୍ର ନିର୍ମାଣ କରୁଛନ୍ତି । ଏହି କଥାଚିତ୍ରଟିର ଶୀର୍ଷକ ରଖାଯାଇଛି ବିଶ୍ୱନାଥ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୩ମୁଁ ରାଜା ତୁ ରାଣୀଚନ୍ଦ୍ରିକାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ବିଶ୍ୱନାଥମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର

ଆଧାର

ବାହାର ଆଧାର