ଶୀତଲ ପାତ୍ର

ଶୀତଲ ପାତ୍ର
Image result for sheetal patra
ଜନ୍ମ ଓ ଜନ୍ମସ୍ଥାନଶୀତଲ ପାତ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫ରୁ- ଏବେଯାଏଁ
ଶୀତଲ ପାତ୍ର ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ଓଡ଼ିଆ ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।ଶୀତଲ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ନେଇଛନ୍ତି ।

ଅଭିନୟ ଜୀବନ

ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ । ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥର ନିର୍ଦ୍ଦେଶକ ହର ପଟ୍ଟନାୟକ ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଧାରାବାହିକର କାହାଣୀ ଅନୁସାରେ ଜୟଦେବ ପୁରୀକୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ ଅବଢ଼ା ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।
ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମୀନକେତନ ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ ବାବୁଶାନ୍ ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ । ୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁଶାନଙ୍କ ସ‌ହ ମୁକ୍ତିଲାଭ କରିଥିଲା ଭଲପାଏ ତତେ ୧୦୦ରୁ ୧୦୦ । ୨୦୧୬ ନବ ବର୍ଷରେ ପୁଣିଥରେ ବାବୁଶାନ ଏବଂ ରିୟାଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ତୁ ଯେ ସେଇ । ୨୦୧୬ ଦୁର୍ଗାପୂଜା ସମୟ ମୁକ୍ତିଲାଭ କରିଥିଲା ତୋର ଦିନେକୁ ମୋର ଦିନେ । ଏହି ଚଳଚ୍ଚିତ୍ରରେ ଶୀଲଙ୍କ ସ‌ହ ଅମ୍ଳାନ, ରିୟା ଏବଂ ଅରିନ୍ଦମ ଅଭିନୟ କରିଥିଲେ । ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିଲା ଦିଲ୍ ଦିୱାନା ହେଇଗଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୨୦୧୫ଯିଏ ଯାହା କହୁ ମୋର ଢୋଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ତୁ ଯେ ସେଇ
ପ୍ରେମରେ ପ୍ରେମରେ
ତୋର ଦିନେକୁ ମୋର ଦିନେ
୨୦୧୭ଦିଲ୍ ଦିୱାନା ହେଇଗଲା
ସୁନାପିଲା- ଟିକେ ସ୍କୃ ଢିଲା

ଦୂରଦର୍ଶନ

ଧାରାବାହିକଭୂମିକାଚେନାଲ
ଶ୍ରୀ ଜଗନ୍ନାଥକେତକିତରଙ୍ଗ ଟିଭି
ଝୁମ ଓଡ଼ିଶା ଝୁମ୍- ଏଥର ନାଚିବେ ଜୁନିଅର ଯୋଡ଼ିବିଚାରିକାତରଙ୍ଗ ଟିଭି

ଆଧାର