ମେଘ୍ନା ମିଶ୍ର

ମେଘ୍ନା ମିଶ୍ର
Image result for odia actress meghna mishra photos
ଜନ୍ମ ଓ ଜନ୍ମସ୍ଥାନମେଘ୍ନା ମିଶ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ମେଘ୍ନା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ସ‌ହ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥରେ ସେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ମେଘ୍ନା ମିଶ୍ର ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନାରୀ ଆଖିରେ ନିଆଁପ୍ରଥମ ପ୍ରେମପ୍ରିୟା ମୋ ଆସିବ ଫେରିକାଳୀ ଶଙ୍କରସମୟ ହାତରେ ଡୋରୀୱାନ୍ ୱେ ଟ୍ରାଫିକ୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯେଉଁଠି ଥିଲେ ବି ତୁ ମୋର ଚଳଚ୍ଚିତ୍ରରେ ମେଘନା ମିଶ୍ର ଅଭିନେତା ବବି ମିଶ୍ରଙ୍କ ସ‌ହ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଛି ।
ଓଡ଼ିଆ କଥାଚିତ୍ର ବ୍ୟତୀତ ମେଘ୍ନା ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀ ଜଗନ୍ନାଥରେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଅନ୍ୟ ଏକ ଧାରାବାହିକ ତେଜସ୍ୱିନୀରେ ରାଜକୁମାରୀ ତେଜସ୍ୱିନୀର ମାଆ ମହାରାଣୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକା
୨୦୦୩ନାରୀ ଆଖିରେ ନିଆଁ
୨୦୦୫କୁଳନନ୍ଦନଚନ୍ଦ୍ରିକା
୨୦୦୫ପ୍ରଥମ ପ୍ରେମସୀମା
୨୦୦୬ପ୍ରିୟା ମୋ ଆସିବ ଫେରିପାର୍ବତୀ ପଣ୍ଡା/ପାରା
୨୦୦୭କାଳୀ ଶଙ୍କରଝିଲୀ
୨୦୦୭ସମୟ ହାତରେ ଡୋରୀପ୍ରୀତି
୨୦୧୪ୱାନ୍ ୱେ ଟ୍ରାଫିକ୍ସୋନିଆ

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଶ୍ରୀ ଜଗନ୍ନାଥତରଙ୍ଗ ଟିଭିମାଆ ଲକ୍ଷ୍ମୀ
ତେଜସ୍ୱିନୀତରଙ୍ଗ ଟିଭିମହାରାଣୀ

ଆଧାର

  1. ଉପରକୁ ଯାଆନ୍ତୁ "ରଜକୁ ଆସିବା ନୂଆ ଓଡ଼ିଆ ଫିଲ୍ମ ‘ଯେଉଁଠି ଥିଲେ ବି ତୁ ମୋର’". Odisha24.com. 3 February 2018. Retrieved 15 February 2018.
  2. ଉପରକୁ ଯାଆନ୍ତୁ "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 15 February 2018.
  3. ଉପରକୁ ଯାଆନ୍ତୁ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.

ବାହାର ଆଧାର