ମେଘ୍ନା ମିଶ୍ର

ମେଘ୍ନା ମିଶ୍ର
Image result for odia actress meghna mishra photos
ଜନ୍ମ ଓ ଜନ୍ମସ୍ଥାନମେଘ୍ନା ମିଶ୍ର
ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ମେଘ୍ନା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ସ‌ହ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥରେ ସେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ମେଘ୍ନା ମିଶ୍ର ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନାରୀ ଆଖିରେ ନିଆଁ, ପ୍ରଥମ ପ୍ରେମ, ପ୍ରିୟା ମୋ ଆସିବ ଫେରି, କାଳୀ ଶଙ୍କର, ସମୟ ହାତରେ ଡୋରୀ, ୱାନ୍ ୱେ ଟ୍ରାଫିକ୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯେଉଁଠି ଥିଲେ ବି ତୁ ମୋର ଚଳଚ୍ଚିତ୍ରରେ ମେଘନା ମିଶ୍ର ଅଭିନେତା ବବି ମିଶ୍ରଙ୍କ ସ‌ହ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଛି ।
ଓଡ଼ିଆ କଥାଚିତ୍ର ବ୍ୟତୀତ ମେଘ୍ନା ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀ ଜଗନ୍ନାଥରେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଅନ୍ୟ ଏକ ଧାରାବାହିକ ତେଜସ୍ୱିନୀରେ ରାଜକୁମାରୀ ତେଜସ୍ୱିନୀର ମାଆ ମହାରାଣୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକା
୨୦୦୩ନାରୀ ଆଖିରେ ନିଆଁ
୨୦୦୫କୁଳନନ୍ଦନଚନ୍ଦ୍ରିକା
୨୦୦୫ପ୍ରଥମ ପ୍ରେମସୀମା
୨୦୦୬ପ୍ରିୟା ମୋ ଆସିବ ଫେରିପାର୍ବତୀ ପଣ୍ଡା/ପାରା
୨୦୦୭କାଳୀ ଶଙ୍କରଝିଲୀ
୨୦୦୭ସମୟ ହାତରେ ଡୋରୀପ୍ରୀତି
୨୦୧୪ୱାନ୍ ୱେ ଟ୍ରାଫିକ୍ସୋନିଆ

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଶ୍ରୀ ଜଗନ୍ନାଥତରଙ୍ଗ ଟିଭିମାଆ ଲକ୍ଷ୍ମୀ
ତେଜସ୍ୱିନୀତରଙ୍ଗ ଟିଭିମହାରାଣୀ

ଆଧାର

  1. ଉପରକୁ ଯାଆନ୍ତୁ↑ "ରଜକୁ ଆସିବା ନୂଆ ଓଡ଼ିଆ ଫିଲ୍ମ ‘ଯେଉଁଠି ଥିଲେ ବି ତୁ ମୋର’". Odisha24.com. 3 February 2018. Retrieved 15 February 2018.
  2. ଉପରକୁ ଯାଆନ୍ତୁ↑ "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 15 February 2018.
  3. ଉପରକୁ ଯାଆନ୍ତୁ↑ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.

ବାହାର ଆଧାର