କୋଏଲ ମିଶ୍ର

କୋଏଲ ମିଶ୍ର
Image may contain: 1 person, selfie and close-up
ଜନ୍ମ ଓ ଜନ୍ମସ୍ଥାନକୋଏଲ ବାନାର୍ଜୀ
ପଶ୍ଚିମ ବଙ୍ଗ, ଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୦ରୁ-ଏବେଯାଏଁ
ଜୀବନସାଥିବବି ମିଶ୍ର[୧]
କୋଏଲ ମିଶ୍ର ବା କୋଏଲ ବାନାର୍ଜୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ତୁ ଥାଆ ମୁଁ ଯାଉଚି ରୁଷି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପଶ୍ଚିମ ବଙ୍ଗରେ ଜନ୍ମିତା ଏହି ଅଭିନତ୍ରୀ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ପରେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ପରିବାର

କୋଏଲ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ କୋନ୍‌ନ‌ଗର ସ୍କୁଲରେ ପଢ଼ିଥିଲେ ଏବଂ ତା'ପରେ କଲିକତା ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ପରେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

କୋଏଲ ୨୦୧୦ ମସିହାରେ ତୁ ଥାଆ ମୁଁ ଯାଉଚି ରୁଷି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ । ଅଭିନେତା ଅରିନ୍ଦମ ରାୟ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଉଷସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୦ର ଅନ୍ୟ ଏକ କଥାଚିତ୍ର ତତେ ଭଲ ପାଉଛି ବୋଲିରେ ଅଭିନେତା ଦେବାଶିଷ ପାତ୍ରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ, ବବି ମିଶ୍ର, ବିରେନ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ । ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତିରେ ଅଭିନୟ କରିଥିଲେ କୋଏଲ । ଦୀପକ ବାରିକ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଅନାମ ଚରଣ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
୨୦୧୧ର ଅନ୍ୟ ଏକ କଥାଚିତ୍ର ୧୪୩ ଆଇ ଲଭ ୟୁରେ କୋଏଲ ଅଭିନେତା ବାବୁଶାନ୍‌ଙ୍କ ନାୟିକା ଭୂମିକରେ ଅଭିନୟ କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା, ସମରେଶ ରାଉତରାୟ, ମିହିର ଦାସ, ମୀନକେତନ, ତନ୍ମୟ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୨ରେ ମୁକ୍ତିଲାଭ କରିଥିବା ଅଭିନେତା ତ‌ଥା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ଚଳଚ୍ଚିତ୍ର ଓମ୍ ସାଇ ରାମ୍‌ରେ କୋଏଲ୍ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ନାୟକ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ସବ୍ୟସାଚୀ ମିଶ୍ର, ପ୍ରକୃତି ମିଶ୍ର, ମାନସ, ଅଶ୍ରୁମୋଚନ ମହାନ୍ତି, ହର ପଟ୍ଟନାୟକ, ମୌସୁମୀ ମହାନ୍ତି, ବ୍ରଜ ସିଂହ, ସରୋଜ ଦାସ, ଚକ୍ରଧର ଜେନା, ନମନ୍ଦିତା ପାଢ଼ୀ, ସ୍ମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୪ ମସିହାରେ କୋଏଲ ଆମେତ ଟୋକା ଷଣ୍ଢ ମାର୍କା ଚଳଚ୍ଚିତ୍ରରେ ଅଭିନେତା ପପୁ ପମ ପମଙ୍କ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଆର୍ ଭଗତ ସିଂହ । ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ହର ରଥ, ଅରବିନ୍ଦ ଷଡ଼ଙ୍ଗୀ, ମୀନକେତନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଆଶିକ୍‌ରେ କୋଏଲ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ପପୁ ପମ ପମ, ହରି, ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୦ତୁ ଥାଆ ମୁଁ ଯାଉଚି ରୁଷିପ୍ରଥମ ଓଡ଼ିଆ କଥାଚିତ୍ର
ତତେ ଭଲ ପାଉଛି ବୋଲି
୨୦୧୧୧୪୩ ଆଇ ଲଭ ୟୁ
ମନ ମୋର ପ୍ରଜାପତି
୨୦୧୨ଓମ୍ ସାଇ ରାମ୍
୨୦୧୪ଆମେତ ଟୋକା ଷଣ୍ଢ ମାର୍କା
୨୦୧୫ଆଶିକ୍

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Koyel Oriya Actress". Incredible Orissa. 19 April 2012. Retrieved 27 March 2018.
  2. ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ନାୟିକା ସାଜିନାହାନ୍ତି କୋଏଲ !". sambad.in. 27 August 2017. Retrieved 20 September 2017.
  3. ଉପରକୁ ଯାଆନ୍ତୁ"Release Today: Aashiq ana Apna Haath Jagannath Odia Films". Incerdible Orissa. 17 September 2015. Retrieved 27 August 2017.
  4. ଉପରକୁ ଯାଆନ୍ତୁ"Aashiq Odia movie of Sambit, Koyel, Papu". E News ଓଡ଼ିଆ. 31 August 2015. Retrieved 27 August 2017.

ବାହାର ଆଧାର