ଦୀପକ ବାରିକ

ଦୀପକ ବାରିକ
Image result for deepak barik odia film actor
ଜନ୍ମ ଓ ଜନ୍ମସ୍ଥାନଦୀପକ ବାରିକ
କଟକଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳ୨୦୧୧ରୁ-ଏବେଯାଏଁ
ଜୀବନସାଥିତନୁଜା (୨୦୧୮-ଏବେଯାଏଁ)
ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତିଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ନୃତ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍‌ର ନାୟକ ଭାରେ ଓଡ଼ିଆ ଆଲବମ୍‌ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।
ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍ଚାନ୍ଦ ନା ତମେ ତାରାସପନର ନାୟିକାଆଖି ଖୋଲିଲେ ତୁ ତୁ ହି ତୁତମେ ଥିଲେ ସାଥିରେଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୧ମନ ମୋର ପ୍ରଜାପତିରିଷିପ୍ରଥମ ଓଡ଼ିଆ କଥାଚିତ୍ର
ଫ୍ୟାମିଲି ନମ୍ବର୍ ୱାନ୍
ମଥାରେ ଦେଇ ପାଟ ଓଢ଼ଣୀ
୨୦୧୨ଚାନ୍ଦ ନା ତମେ ତାରାବାଦଲ
୨୦୧୩ସପନର ନାୟିକାମୋହନ
୨୦୧୪ତମେ ଥିଲେ ସାଥିରେବାଦଲ ଦାସ
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନରଦୀପକ ମହାପାତ୍ର
୨୦୧୭ଆଖି ଖୋଲିଲେ ତୁ ତୁ ହି ତୁ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଦୀପକଙ୍କ ଖୁସି". ସମାଜ. 25 February 2018. Retrieved 25 February 2018.
  2. ଉପରକୁ ଯାଆନ୍ତୁ"Ollywood Actor “Deepak” Biography & Film Career". ollywoodlife.com. Retrieved 25 February 2018.

ବାହାର ଆଧାର