ନୀତୁ ସିଂହ

ନୀତୁ ସିଂହ
Image result for neetu singh odia actress
ଜନ୍ମ ଓ ଜନ୍ମସ୍ଥାନପୁରୀଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ନୀତୁ ସିଂହ, ଜଣେ ଓଡ଼ିଆ ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀ ଜରିଆରେ ଅଧିକ ଲୋକପ୍ରିୟ ହୋଇଥିଲେ । ଏହି ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଡିଡି ଓଡ଼ିଆରେ 'ଜୟ ସନ୍ତୋଷୀ ମାଆ' ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ସେ ୨୦୧୬ରେ କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ 'ତୁଳସୀ'ରେ ଅଭିନୟ କରିଥିଲେ । ୨୦୧୭ରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ 'ନୂଆବୋହୁ'ରେ ଅଭିନୟ କରିଥିଲେ ।
ନୀତୁ ଧାରାବାହିକ ସ‌ହ ଓଡ଼ିଆ କଥାଚିତ୍ରରେ ମଧ୍ୟ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୨ରେ ମୁକ୍ତିଲାଭ କରିଥିବା ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୭ରେ ସେ ସପନର ପଥେ ପଥେ କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ନୀତୁ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭାଇ ଅଛନ୍ତି । ସେ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ଏବଂ ବିଭିନ୍ନ ମଞ୍ଚରେ ସେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଠାରୁ ବାଲୁକା କଳା ଶିଖିଥିଲେ । ଏଥିସ‌ହ ସେ ତବଲା, ସୀତାର ଆଦି ବାଦ୍ୟଯନ୍ତ୍ର ବଜାଇବାର ପ୍ରଶିକ୍ଷଣ ନେଇଥିଲେ । ନୀତୁ ଜଣେ ପଟ୍ଟଚିତ୍ର କାରିଗର ଭାବରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ସଙ୍ଗ୍ ଆଣ୍ଡା ଡ୍ରାମା ଡିଭିଜନ୍ ନାମକ ଏକ ସଂସ୍ଥାରେ ସେ ଜଣେ ଓଡ଼ିଶୀ ନର୍ତ୍ତକୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ ।

ଅଭିନୟ ଜୀବନ

ନୀତୁ ଅନେକ ଓଡ଼ିଆ ଭଜନରେ ଅଭିନୟ କରିଥିଲେ । ସେ ଭଜନ ସ‌ହ କିଛି ଶାଢ଼ୀର ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।

ଦୂରଦର୍ଶନ

ନୀତୁ ପ୍ରଥମେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ଜୟ ସନ୍ତୋଷୀ ମାଆରେ ଅଭିନୟ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ ଶ୍ରୀକାନ୍ତ ଗୌତମ ଏକ ମଞ୍ଚରେ ନୃତ୍ୟ କରୁଥିବା ଦେଖିବା ପରେ ବାଛି ଥିଲେ । ଏହି ଧାରାବାହିକ ପାଇଁଁ ତାଙ୍କୁ ପ୍ରଶାନ୍ତ ନନ୍ଦ ଅନେକ ସାହାଯ୍ୟ କରିଥିଲେ ।
ନୀତୁ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ 'ଗାୟତ୍ରୀ'ରେ ନାୟିକା ଗାୟତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି ଧାରାବାହିକଟି ସେ ସମୟରେ ବ‌ହୁତ ଲୋକପ୍ରିୟ ହୋଇଥିଲା । ୧୫୦୦ ଅଧ୍ୟାୟରୁ ଅଧିକ ଏପିସୋଡ ପ୍ରସାରିତ ହୋଇଥିଲା ଏହି ଧାରାବାହିକଟିର । ମିହିର ସ୍ୱାଇଁ ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଧାରାବାହିକରେ ତାଙ୍କ ସ‌ହ ଅଶ୍ରୁମୋଚନ ମହାନ୍ତି, କେକେ, ମିହିର ସ୍ୱାଇଁ, ଲୋରେନ୍ସ, ସୁରେଶ ବଳ, ତୃପ୍ତି ସିହ୍ନା, ନମ୍ରତା ଦାସପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୬ ମସିହାରେ କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ 'ତୁଳସୀ'ରେ ନୀତୁ ଅଭିନୟ କିରିଥିଲେ । ପୂର୍ବରୁ ଇ ଟିଭି ଓଡ଼ିଆରେ 'ତୁଳସୀ' ନାଆଁରେ ଧାରାବାହିକ ପ୍ରସାରିତ ହେଉଥିଲା, ମାତ୍ର ପୁଣିଥରେ ୨୦୧୬ରେ ସମାନ ଶୀର୍ଷକରେ ଧାରାବାହିକ ପ୍ରସାରିତ ହୋଇଥିଲେ । ଏହି ଧାରାବାହିକରେ ମିହିର ଦାସ, ରୋଜାଲିନ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୭ରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ 'ନୂଆବୋହୁ'ରେ ନୀତୁ ଜଣେ ସ‌ହ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଏହି ଧାରାବାହିରେ ସେ କେକେଙ୍କ ପତ୍ନୀ ପଦ୍ମଜା ଭୂମିକାରେ ଅଭିନୟ କରୁଛନ୍ତି । ଏହି ଧାରାବାହିକରେ ତାଙ୍କୁ ଜଣେ ଶାଶୁର ଭୂମିକାରେ ନିଭାଇବାକୁ ମିଳିଥିଲା । ଏହି ଧାରାବାହିକରେ ବିରଞ୍ଚି, ଜଗଜୀତ ପାଲ୍, କେକେ, ରିଶି, ସୋନାଲୀ ଆଦି କଳାକାରମାନେ ଅଭିନୟ କରୁଛନ୍ତି ।

କଥାଚିତ୍ର

ନୀତୁ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ପପୁ ପମ ପମ ନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ଦେବଯାନୀ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସଲିଲ ମିତ୍ର, ଗୁଡୁ, ରାଜୀବ, ମୀନକେତନ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୭ରେ ସାର୍ଥକ ମୁଭିଜ୍‌ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ସପନର ପଥେ ପଥେରେ ନୀତୁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ନବାଗତା ନାୟିକ ସନମୀରା ।

ବୈବାହିକ ଜୀବନ

ଗାୟତ୍ରୀ ଧାରାବାହିକ ଆରମ୍ଭ ହେବା ପରେ ପରେ ନୀତୁ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକା
୨୦୧୨ରଙ୍ଗିଲା ଟୋକାନୀତୁ
୨୦୧୫କେହି ନୁହେଁ କାହାର
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୭ସପନର ପଥେ ପଥେ

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଜୟ ସନ୍ତୋଷୀ ମାଆଡିଡି ଓଡ଼ିଆ
ଗାୟତ୍ରୀଇ ଟିଭି ଓଡ଼ିଆଗାୟତ୍ରୀ
ତୁଳସୀ (୨୦୧୬)କଲର୍ସ ଓଡ଼ିଆ
ନୂଆବୋହୁତରଙ୍ଗ ଟିଭିପଦ୍ମଜା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"BREAKFAST ODISHA with Nitu Singh (Actress)". News 7. 22 June 2017. Retrieved 21 August 2017.
  2. ଉପରକୁ ଯାଆନ୍ତୁNaik, Jyoti Prakash (30 May 2012). "Odia stars at a launch party". The TImes of India. Retrieved 21 August 2017.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ପୁଣି ଛୋଟ ପରଦାରେ ନୀତୁ ସିଂହ!". ସମ୍ବାଦ. 20 July 2017. Retrieved 21 August 2017.
  4. ଉପରକୁ ଯାଆନ୍ତୁ"Gayatri Serial in Etv Oriya aired 1000th episode". Incredible Orissa. 22 July 2011. Retrieved 21 August 2017.
  5. ଉପରକୁ ଯାଆନ୍ତୁ"‘Nua Bohu’ offers royal drama and grand sets for television viewers". ଓ ଟିଭି. 21 July 2017. Retrieved 21 August 2017.