ନୈନା ଦାସ

ନୈନା ଦାସ
Image result for odia actress naina das
ଜନ୍ମ ଓ ଜନ୍ମସ୍ଥାନଜୁନ ୧୯୯୦
ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ଉପସ୍ଥାପିକା
କାର୍ଯ୍ୟକାଳ୨୦୦୨- ଏବେଯାଏଁ
ଜୀବନସାଥିସିଦ୍ଧାର୍ଥ ତିୱାରୀ
ନୈନା ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହ ତେଲୁଗୁ, ଛତିଶଗଡ଼ି ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନୈନା ମାତ୍ର ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ପ୍ରଥମ ସ୍ୱରରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପରେ ୨୦୦୨ରେ ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ଦୁହିତାରେ ଅଭିନୟ ଆରମ୍ଭ କରିଥିଲେ । ନୈନା ୨୦୦୨ ମସିହାରେ ମା ମଙ୍ଗଳା ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ ଭଳି ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଏବଂ ଧାରାବାହିକ ସ‌ହ ସେ କିଛି ମଞ୍ଚରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ସ‌ହ ସେ ଏମିତି ରଙ୍ଗ ଦେ ଲୋ ଫୁଲ, ଡେଉଁଚି ମୋ ବାଆଁ ଆଖି ଭଳି ଓଡ଼ିଆ ଅଲବମ୍‌ରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ନୈନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ସେଠାରେ ଓଡ଼ିଶୀ ରାଗରେ ଶିକ୍ଷା ଗ୍ରହଣ କରୁଥିଲେ । ଏହା ପରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ଏହା ପରେ ସେ ରିଜିଓନାଲ କଲେଜ ଓଫ ମ୍ୟାନେଜମେଣ୍ଟରେ ସେ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ ।

ଅଭିନୟ ଜୀବନ

ନୈନା ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ଦୂରଦର୍ଶନରେ କିଛି ଧାରାବାହିକରେ ମୁଖ୍ୟ ନାୟିକା ଅଥବା ସ‌ହକାରୀ କଳାକାର ଭାବରେ ଅଭିନୟ କରିଥିଲେ । ଏଥି ସ‌ହ ସେ ଓଡ଼ିଆ ଅଲବମ୍‌ରେ ମଧ୍ୟ ଅଭିନୟ କରିଥିଲେ । ୨୦୦୨ ମସିହାରେ ନୈନା ଓଡ଼ିଆ ଚଳଚ୍ଚିତ୍ର ମା ମଙ୍ଗଳାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ, ମୁନ୍ନା- ଏ ଲଭ୍ ଷ୍ଟୋରୀ, ବାହୁଡ଼ିବେ ମୋ ଜଗାବଳିଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ କିଛି ମଞ୍ଚରେ ମଧ୍ୟ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ନୈନା ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା, ତେଲୁଗୁ ଏବଂ ଛତିଶଗଡ଼ି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୨୦୦୨ମା ମଙ୍ଗଳାଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ
୨୦୦୩ବାହୁଡ଼ିବେ ମୋ ଜଗାବଳିଆ
୨୦୦୫ମୋ ମନ ଖାଲି ତୋରି ପାଇଁଅତିଥି କଳାକାର
୨୦୦୬ଶାଶୁଘର ଚାଲିଯିବି
୨୦୦୭ପୂଜା ପାଇଁ ଫୁଲଟିଏ
୨୦୦୮ମୁନ୍ନା- ଏ ଲଭ୍ ଷ୍ଟୋରୀ
୨୦୦୯ଆ ଜ‌ହ୍ନରେ ଲେଖିବା ନାଆଁଅତିଥି କଳାକାର
୨୦୦୯ଜନସନ୍ ବାଏ ଡୋଲୁତେଲୁଗୁ କଥାଚିତ୍ର
୨୦୧୦ଶମ୍ଭୁ ଶିବ ଶମ୍ଭୁତେଲୁଗୁ କଥାଚିତ୍ର
୨୦୧୬ତୁମକୁ ଦେଖିଲା ପରେ

ଆଧାର

  1. ଉପରକୁ ଯାଆନ୍ତୁ↑ Sahu, Diana (29 March 2010). "Dashing to study and shoot". New India Express. Retrieved 25 March 2017.
  2. ଉପରକୁ ଯାଆନ୍ତୁ↑ "Naina Dash- A Multi Talented Actress Biography". E News ଓଡ଼ିଆ. Retrieved 25 March 2017.

ଅଧିକ ତ‌ଥ୍ୟ